29.1 C
Bhubaneswar
Saturday, September 28, 2024
Homeଓଡିଶାବିଦ୍ୟୁତ ଆଘାତ ଲାଗି ମହିଳା ଶ୍ରମିକ ମୃତ

ବିଦ୍ୟୁତ ଆଘାତ ଲାଗି ମହିଳା ଶ୍ରମିକ ମୃତ

ଯାଜପୁର: ଯାଜପୁରରୋଡ଼ ଥାନା ବ୍ୟାସନଗର ସହରରେ ଏକ ନିର୍ମାଣଧିନ ଘର କାର୍ଯ୍ୟରେ ନିୟୋଜିତ ଜଣେ ମହିଳା ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି | ମହିଳା ଶ୍ରମିକ ଜଣକ ହେଲେ ମୁଣ୍ଡମାଳ ଅଞ୍ଚଳର ଲକ୍ଷ୍ମଣ ମାରାଣ୍ଡିଙ୍କ ସ୍ତ୍ରୀ ମଲ୍ଲି ମାରାଣ୍ଡି (୪0) ବୋଲି ଜଣାପଡିଛି | ଘଟଣାରୁ ପ୍ରକାଶ ସୋମବାର ପୌର ପରିଷଦ ଅନ୍ତର୍ଗତ ୧୩ ନଂ ୱାର୍ଡ଼ ପଦ୍ମପୁର ଠାରେ ଏକ ନିର୍ମାଣଧିନ ଘରକାମରେ ଠିକାଦାର ଅଧୀନରେ ମୃତ ମହିଳା ଜଣକ କାମକରିବାକୁ ଆସିଥିଲେ |

ଅପରାହ୍ନରେ ଉକ୍ତ ନିର୍ମାଣଧୀନ ଘରକୁ ଲାଗି ଥିବା ଷ୍ଟୋରରୁମ ଲୁହା କବାଟକୁ ବନ୍ଦ କରିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା | ଉକ୍ତ ଲୁହା କବାଟଟି ପୂର୍ବରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଥିବା ଜଣାପଡିଥିଲା | ତାଙ୍କୁ ତୁରନ୍ତ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବରପାଇ ଯାଜପୁରରୋଡ଼ ପୋଲିସ ସ୍ୱାସ୍ଥ୍ୟକେନ୍ଦରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରଖିଛନ୍ତି | ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ପଠାଇ ଛନ୍ତି l |

ମୃତ ମଲ୍ଲିଙ୍କ ସ୍ୱାମୀ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ବିଛଣାରେ ପଡିରହିଥିବା ବେଳେ ତାଙ୍କର ୬ ଟି ଝିଅ | ପରିବାର ସମ୍ପୂର୍ଣ୍ଣ ବୋଝ ମୃତ ମଲ୍ଲିଙ୍କ ଉପରେ ଥିବା ଓ ସେ ପ୍ରତିଦିନ ମଜୁରୀ କରି ଏତେବଡ ପରିବାର ପ୍ରତିପୋଷଣ କରୁଥିଲେ | ସ୍ଥାନୀୟ କାଉନସିଲରଙ୍କ ସହ ଆଲୋଚନା କରି ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି ବୋଲି ଥାନାଧିକାରୀ କହିଛନ୍ତିl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking