26.1 C
Bhubaneswar
Friday, September 20, 2024
Homeଅପରାଧଯୌନ ଶୋଷଣ କରୁଥିଲେ ଟ୍ୟୁସନ ସାର୍‌; ଗଳାକଟି ହତ୍ୟା କଲା ନାବାଳକ

ଯୌନ ଶୋଷଣ କରୁଥିଲେ ଟ୍ୟୁସନ ସାର୍‌; ଗଳାକଟି ହତ୍ୟା କଲା ନାବାଳକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ୧୪ ବର୍ଷୀୟ ନାବାଳକ ନିଜ ଟ୍ୟୁସନ ସାର୍‌ଙ୍କୁ ଗଳାକାଟି ହତ୍ୟା କରିଛି । ମୃତକଙ୍କ ନାମ ମହମ୍ମଦ ୱାସିମ୍ । ସେ ବାରମ୍ବାର ସମ୍ପୃକ୍ତ ନାବାଳକଙ୍କୁ ଯୌନ ଶୋଷଣ କରୁଥିଲେ । ଏହାକୁ ବିରୋଧ କଲେ ପିଲାଟିର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଦେବାକୁ ଧମକ ଦେଉଥିଲେ । ବାରମ୍ବାର ଯୌନ ଶୋଷଣର ଶିକାର ହେବା ପରେ ଶେଷରେ ପୀଡିତ ନାବାଳକ ଏପରି ଜଘନ୍ୟ କାଣ୍ଡ ଘଟାଇଛି । ଧାରୁଆ ଅସ୍ତ୍ରରେ ସାଙ୍ର୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ ତାରିଖ ଦିନ ଉତ୍ତର ପୂର୍ବର ଦିଲ୍ଲୀର ବାଟଲା ହାଉସ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ୨୮ ବର୍ଷୀୟ ମହମ୍ମଦ ୱାସିମ ପିଲାଙ୍କୁ ଟ୍ୟୁସନ ଦେଉଥିଲେ । ୧୪ ବର୍ଷୀୟ ନାବାଳକ ମଧ୍ୟ ତାଙ୍କ ପାଖରେ ପଢୁଥିଲା ।

ହେଲେ ଗତ ଦୁଇ ମାସ ହେଲା ଟ୍ୟୁସନ ସାର୍ ବାରମ୍ବାର ପିଲାଟି ସହ ଯୌନ ଶୋଷଣ କରୁଥିଲେ । ଏହାର ଏକ ଭିଡିଓ ମଧ୍ୟ ଉତ୍ତୋଳନ କରି ରଖିଥିଲେ ଏବଂ ପ୍ରତିବାଦ କଲେ ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଉଥିଲେ । ବାରମ୍ବାର ସାଙ୍ର୍କ ଦ୍ୱାରା ଯୌନ ନିର୍ଯାତନାରେ ବ୍ୟତିବ୍ରସ୍ତ ହୋଇଯାଇଥିଲା ପୀଡିତ ନାବାଳକ ଏବଂ ଏଥିରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ଯୋଜନା କରିଥିଲା । ଗତ ଅଗଷ୍ଟ ୩୦ ତାରିଖ ଦିନ ପୁଣିଥରେ ଯୌନ ଶୋଷଣ ପାଇଁ ମହମ୍ମଦ ୱାସିମ ନାବାଳକକୁ ନିଜ ଘରକୁ ଡକାଇଥିଲେ ।

ପିଲାଟି ସାଙ୍ଗରେ ଏକ ଧାରୁଆ ଅସ୍ତ୍ର ନେଇ ଘରକୁ ଯାଇଥିଲା ଏବଂ ସାରଙ୍କୁ ଗଳାକାଟି ଫେରାର୍ ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ୱାସିମଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ୱାସିମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିବା ସହ ଖୋଳତାଡ ଆରମ୍ଭ କରିଥିଲା । ହତ୍ୟାକାଣ୍ଡ ସ୍ଥଳରୁ ମୃତକଙ୍କ ମୋବାଇଲ ଫୋନ, ପୋଷାକ ସହିତ ନାବାଳକ ପିନ୍ଧିଥିବା ଚପଲ ମିଳିଥିଲା । ପରେ ତଦନ୍ତରୁ ୧୪ ବର୍ଷୀୟ ନାବାଳକ ହିଁ ଏହି ଜଘନ୍ୟ ଘଟଣା ଘଟାଇଥିବା ଜଣାପଡିଛି । ଏନେଇ ଜାମିଆ ନଗର ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking