24.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଶୋଇଥିବା ସମୟରେ ଭୁଶୁଡିଲା କୋଠା : ୨ ମୃତ, ଏକାଧିକ ଆହତ

ଶୋଇଥିବା ସମୟରେ ଭୁଶୁଡିଲା କୋଠା : ୨ ମୃତ, ଏକାଧିକ ଆହତ

ଉତ୍ତରପ୍ରଦେଶ : ଶୋଇଥିବା ଅବସ୍ଥାରେ ଭୁଶୁଡିଲା କୋଠା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଥିସହ ତିନି ଜଣ ଲୋକ ଭଗ୍ନାବଶେଷ ଭିତରେ ଫସି ରହିଥିବା କହିଛି ପୁଲିସ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ଫତେହପୁର କୋଟୱାଲୀ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। ବାରବାଙ୍କି ଜିଲ୍ଲା ଅଧୀକ୍ଷକ ଦୀନେଶ କୁମାର ସିଂହଙ୍କ କହିବାନୁସାରେ, “ରବିବାର ରାତି ପ୍ରାୟ 3ଟା ସମୟରେ ବାରବାଙ୍କିର ଫତେହପୁର କୋଟୱାଲୀ ଅଞ୍ଚଳରେ ଏକ ତିନି ମହଲା କୋଠା ହଠାତ୍ ଭୁଶୁଡି ପଡିଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଉଦ୍ଧାରକାରୀ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଫଳରେ 12 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିଲା। ତୁରନ୍ତ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଲକ୍ଷ୍ନୌ କେଜିଏମୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଜଣ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି ଏସପି ଦିନେଶ ସିଂହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking