ବୟାଳିଶମୌଜା : କଟକସଦର ୪୨ମୌଜାସ୍ଥିତ କଳପଡ଼ା ପଞ୍ଚାୟତ ଟାଇଁକଣା ଗ୍ରାମର ଜୀନତ୍ ପତି(୨୦) କିଛିଦିନ ହେବ ଦୃଦ୍ରୋଗରେ ପୀଡ଼ିତଥିବାରୁ କଟକ ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ ହେଉଥିଲେ । ହେଲେ ଗୁରୁବାର ସକାଳ ୯ଘଟିକାରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ଜିନତ୍ ୨୬ତାରିଖରେ ଗୋବିନ୍ଦପୁର କଲେଜ୍ରେ ଯୁକ୍ତତିନି ସାଇନ୍ସ୍ରେ ନାମ ଲେଖାଇଥିଲେ । ଜୀନତ୍ର ମୃତ୍ୟୁ ଖବର ପାଇ ଟାଇଁକଣା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଜୀନତ୍ଙ୍କ ବାପା ନଥିବାରୁ ତାଙ୍କର ମା’ ପ୍ରମୋଦିନୀ ପତି ୨ପୁଅକୁ ବହୁ କଷ୍ଟରେ ପାଠ ପଢ଼ାଉଥିଲେ ।
ଜୀନତ୍ ସାନଥିବା ବେଳେ ବଡ଼ଭାଇ ରୋନକ୍ ପତି ମଧ୍ୟ ପାଠ ପଢୁଥିଲେ । ଏହି ଦୁର୍ଦ୍ଦିନ ସମୟରେ ତାଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଓ ସରକାରୀ ଚାକିରି ଯୋଗାଇଦେବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିକଟରେ ଟାଇଁକଣା ଗ୍ରାମବାସୀ ତଥା କଟକ ଜିଲ୍ଲା ସମର୍ପିତ ପରିବାରର ଅଧିକାରୀ ବସନ୍ତ ପଣ୍ଡା, ଦୁର୍ଗାଚରଣ ପ୍ରଧାନ ଓ ମହନ୍ତ ଭଗବତ ପତି, ଶରତ ଭୋଇ, ପ୍ରଭାତ ଦାଶ, ଚିନ୍ମୟ ଦାଶ, ଗୋବିନ୍ଦ ଦାସ, କାଳନ୍ଦୀ ସ୍ୱାଇଁ, ଦିଲ୍ଲୀପ ପାଣିଗ୍ରାହୀ ଓ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି ।