19.1 C
Bhubaneswar
Sunday, November 24, 2024
Homeଓଡିଶାପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ରାଜକନିକା : ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ଦେଓଗାଁ (ଛଦେଶ) ଗାଁର ଜଣେ ଯୁବକଙକ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଗାଁର କୈଳାସ ମଳିକ (୪୩) ଶୁକ୍ରବାର ସନ୍ଧ୍ୟାରେ ଓଳାଭର ବଜାରରେ ବୁଲୁଥିବା ବେଳେ ରାତିଯାଏ ନଫେରିବାରୁ ଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ହେଲେ ଶନିବାର ସକାଳୁ ଇଛାବତୀ ମନ୍ଦିର ପାଖରେ ଥିବା ଏକ ପୋଖରୀରେ କୈଳାସ ଭାସୁଥିବା କିଛି ଲୋକ ଦେଖିଥିଲେ । ଏ ନେଇ ସଙ୍ଗେ ସଙ୍ଗେ ରାଜକନିକା ଥାନା ଓ ଅଗ୍ନିଶମ ଅଫିସକୁ ଖବରଦେଇଥିଲେ । ଅଗ୍ନିଶମ ବାହିନୀ, ପୁଲିସ ପହଞ୍ଚି ପୋଖରୀରୁ କୈଳାସର ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ମୁଣ୍ଡରେ କ୍ଷତଚିହ୍ନ ଥିବାରୁ ରାତିରେ ଶୌଚ ହେବାକୁ ଯିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇ ତୁଠରେ ମୁଣ୍ଡ ପିଟି ହୋଇଯାଇଥିବା ଅନୁମାନ କରାଯାଉଛି । ଅନ୍ୟଥା ତାଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଶବ ଜବତ କରି ପ୍ରଥମେ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ୟବଚ୍ଛେଦ ନିମନ୍ତେ ଆଳି ପଠାଇଥିବା ଜଣାପଡିଛି । ଖବରପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କନିକା ତହସିଲଦାର ଅଶୋକ ଦେହୁରୀ ମୃତକଙ୍କ ପରିବାର ନିକଟରେ ପହଞ୍ଚି ୨୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking