ଭୋପାଳ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଶନିବାର ଭାରତୀୟ ସ୍ଥଳସେନାର ଜଣେ ଅବସରପ୍ରାପ୍ତ ଯବାନ ପାରିବାରିକ କଳହକୁ ନେଇ ଭାଇ ଓ ପୁତୁରାକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ୫୦ ବର୍ଷ ବୟସ୍କ ରାମଧର ତିୱାରୀଙ୍କୁ ପୁଲିସ ଗିରଫ କରିଛି । ପତ୍ନୀ ସନ୍ଧ୍ୟାଙ୍କ ସହ ରାମଧରଙ୍କର କୌଣସି କାରଣରୁ ପ୍ରବଳ ଝଗଡା ଚାଲିଥିଲା । ଏହି ସମୟରେ ବଡଭାଇ ଓ ପୁତୁରା ହସ୍ତକ୍ଷେପ କରିବାରୁ ରାମଧର ଉତ୍କ୍ଷିପ୍ତ ହୋଇ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳି କରିଥିଲେ । ଘଟଣାସ୍ଥଳରେ ବାପ-ପୁଅ ପ୍ରାଣ ହରାଇଥିବାବେଳେ ଝିଆରୀ ମଧ୍ୟ ଆହତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।