20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶରାଜସ୍ଥାନରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌; ପୀଡିତାଙ୍କୁ ସରକାରୀ ଚାକିରୀ ଓ ୧୦ ଲକ୍ଷ...

ରାଜସ୍ଥାନରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌; ପୀଡିତାଙ୍କୁ ସରକାରୀ ଚାକିରୀ ଓ ୧୦ ଲକ୍ଷ ଟଙ୍କାର ସହାୟତା

ଜୟପୁର: ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଚାରିତ୍ରିକ ସନ୍ଦେହ ଯୋଗୁଁ ଜଣେ ଆଦିବାସୀ ମହିଳାଙ୍କୁ ଶ୍ୱଶୁରଘର ଲେଚଙ୍କ ପ୍ରରୋଚନାରେ ତାଙ୍କ ସ୍ୱାମୀ ଉଲଗ୍ନ କରି ରାସ୍ତାରେ ଚଲାଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ଏହି ଘଟଣାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ୱାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡିଥିବା ଏହି ୨୧ ବର୍ଷୀୟା ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବାସ କରୁଥିଲେ ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ୱଶୁରଘର ଲୋକେ ତାଙ୍କୁ ଘରୁ ବାହାରକୁ ଟାଣିଆଣି ସମ୍ପୂର୍ଣ୍ଣ ବିବସ୍ତ୍ର କରିବା ସହ ରାସ୍ତାରେ ଚଳାଇ ଚଲାଇ ନେଇଥିଲେ । ଏଭଳି ନିର୍ଯାତନାରୁ ରକ୍ଷା କରିବାକୁ ମହିଳା ଜଣକ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି ସହାୟତା କରିନଥିଲେ । ଏଭଳି ଅମାନବୀୟ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ରାଜନୈତିକ କଳ ସକ୍ରିୟ ହୋଇପଡିଛି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସଂପୃକ୍ତ ମହିଳାଙ୍କୁ ସରକାରୀ ଚାକିରୀ ସହ ୧୦ ଲକ୍ଷ ଟଙ୍କାର ଆର୍ôଥକ ସହାୟତା ଘୋଷଣା କରିଛନ୍ତି । ଚଳିତବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପ୍ରସଙ୍ଗ ନେଇ ବିଜେପି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking