ମସ୍କୋ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷ୍ ଇଣ୍ଟର୍କଣ୍ଟିନେଣ୍ଟାଲ୍ ବାଲେଷ୍ଟିକ୍ ମିସାଇଲ୍ ଆର୍ଏସ୍-୨୮ ସରମତ୍କୁ ଲଢ଼େଇ ପାଇଁ ମୁତୟନ କରିଛି । ରୁଷ ସ୍ପେସ୍ ଏଜେନ୍ସି ମୁଖ୍ୟ ଏହି ସୂଚନା ଦେଇଛନ୍ତି । ସରମତ୍କୁ ବିଶ୍ୱର ସବୁଠୁ ଘାତକ ମିସାଇଲ୍ କୁହାଯାଇଥାଏ । ଏଥିରେ ଏକକାଳୀନ ୧୦ ନ୍ୟୁକ୍ଲିୟର୍ ୱାର୍ହେଡ୍ ଲଗାଯାଇପାରିବ ଏବଂ ଆବଶ୍ୟକତା ବେଳେ ବିଭିନ୍ନ ଦିଗରେ କ୍ଷେପଣ କରାଯାଇପାରେ ।
ରୁଷ୍ର ନଲେଜ୍ ସୋସାଇଟିର ଏକ କାର୍ଯ୍ୟକ୍ରମ ଏଜେନ୍ସିର ମୁଖ୍ୟ କହିଛନ୍ତି, ରୁଷ ସରମତ୍କୁ କମ୍ବାଟ୍ ଡୁଟିରେ ମୁତୟନ କରିଛି । ତେବେ ଏହାକୁ କେଉଁଠି ଏବଂ କେବେ ମୁତୟନ କରାଯାଇଛି ସେ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ହ୍ୱାଇଟ୍ ହାଉସ୍ର ନାସ୍ନାଲ୍ ସିକ୍ୟୁରିଟି କାଉନ୍ସିଲ୍ ମୁଖପାତ୍ର କହିଛନ୍ତି, ସରମତ୍କୁ କମ୍ବାଟ୍ ରେଡି ରଖିବା ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନାହିଁ ।