31.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଏନ୍‌ସିଇଆର୍‌ଟିକୁ ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା; ୬୩ତମ ପ୍ରତିଷ୍ଠା ଦିବସରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା

ଏନ୍‌ସିଇଆର୍‌ଟିକୁ ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା; ୬୩ତମ ପ୍ରତିଷ୍ଠା ଦିବସରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା

ନୂଆଦିଲ୍ଲୀ: ନାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ଏଜୁକେସନ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍‌ସିଇଆର୍‌ଟି)କୁ କେନ୍ଦ୍ର ସରକାର ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ୧ ତାରିଖରେ ଏନ୍‌ସିଇଆର୍‌ଟିର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି । ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା ନିମନ୍ତେ ଏନ୍‌ସିଇଆର୍‌ଟି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ୍ (ୟୁଜିସି) ନିକଟରେ ଆବେଦନ କରିଥିଲା ।

ଭାରତ ସରକାର ୧୯୬୧ ଜୁଲାଇ ୨୭ ତାରିଖରେ ଏନ୍‌ସିଇଆର୍‌ଟି ସ୍ଥାପନ କରିଥିଲେ । ତେବେ ଏହାର ଔପଚାରିକ ସଞ୍ଚାଳନ ୧୯୬୧ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ କରାଯାଇଥିଲା । ଏହା ଦ୍ୱାରା ପ୍ରକାଶିତ ପୁସ୍ତବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏବଂ ଅନ୍ୟ ବୋର୍ଡର ସ୍କୁଲଗୁଡ଼ିକରେ ଉପଯୋଗ ହୋଇଥାଏ । ଡିମ୍‌ଡ ୟୁନିଭର୍ସିଟି ମାନ୍ୟତା ମିଳିବା ପରେ ଏନ୍‌ସିଇଆର୍‌ଟି ଗ୍ରାଜୁଏଟ୍‌, ପୋଷ୍ଟ୍ ଗ୍ରାଜୁଏଟ୍ ଏବଂ ଡକ୍ଟରେଟ୍ ସହିତ ସମସ୍ତ କାର୍ଯ୍ୟକ୍ରମ ସଞ୍ଚାଳନ କରିପାରିବ । ଡିମ୍‌ଡ ୟୁନିଭର୍ସିଟିର ସଞ୍ଚାଳନ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ୟୁଜିସି ତଦାରଖରେ ହେବ । ରାଜ୍ୟ ସରକାର ଏଥିରେ ଦଖଲ ଦେବେନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking