33.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଏସିଆନ୍ ହକି ୫ଏସ୍‌: ଜାପାନ୍ ବିପକ୍ଷରେ ୩୫ ଗୋଲ୍‌; ଆଜି ସେମିଫାଇନାଲ ଖେଳିବ ଭାରତ

ଏସିଆନ୍ ହକି ୫ଏସ୍‌: ଜାପାନ୍ ବିପକ୍ଷରେ ୩୫ ଗୋଲ୍‌; ଆଜି ସେମିଫାଇନାଲ ଖେଳିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଓମାନ୍‌ରେ ଚାଲିଥିବା ଏସିଆନ୍ ହକି ୫ଏସ୍ ଚାମ୍ପିଅନ୍‌ଶିପ୍‌ର ସେମି ଫାଇନାଲରେ ପ୍ରବେଶ କରିଛି । ଶନିବାର ସେମି ଫାଇନାଲ ଖେଳାଯିବ । ଏଲିଟ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ଜାପାନକୁ ଭେଟିଥିଲା ଭାରତ । ଭାରତ ଏହି ମ୍ୟାଚକୁ ୩୫-୧ ଗୋଲ ବ୍ୟବଧାନରେ ଜିତିଥିଲା । ମନିନ୍ଦର ସିଂ ସର୍ବାଧିକ ୧୦ଟି ଗୋଲ ସ୍କୋର କରିଥିବା ବେଳେ ମହମ୍ମଦ ରହିଲ ୭ଟି, ପୱନ୍ ରାଜଭର ଓ ଗୁର୍ଜତ ସିଂ ୫ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ସୁଖ୍‌ବିନ୍ଦର ୪ଟି ଓ ମନଦୀପ ମୋର ୩ଟି ଗୋଲ କରିଥିଲେ । ପ୍ରଥମାର୍ଦ୍ଧରେ ଭାରତ ୧୮-୦ ଗୋଲରେ ଆଗୁଆ ରହିଥିଲା ।

ଏବଂ ଦ୍ୱିତୀୟାର୍ଦ୍ଧରେ ୧୭-୧ ଗୋଲରେ ରହିଥିଲା । ୨୯ତମ ମିନିଟ୍ ଅର୍ଥାତ୍ ଖେଳ ଶେଷ ହେବାର ଏକ ମିନିଟ୍ ପୂର୍ବରୁ ଜାପାନ ପକ୍ଷରୁ ମାସାଟାକା କବୋରି ଏକ ମାତ୍ର ଗୋଲ ସ୍କୋର କରିଥିଲେ । ଏହି ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳିଙ୍କ କବ୍‌ଜାରେ ରହିଥିଲା । ଆରମ୍ଭର ମାତ୍ର ୧ ମିନିଟ୍ ମଧ୍ୟରେ ମନିନ୍ଦର ସିଂ ପ୍ରଥମ ଗୋଲ କରିଥିଲେ । ଏପରିକି ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସେ ୬ଟି ଗୋଲ ସ୍କୋର କରିଥିଲେ । ଦୁଇ ମିନିଟ୍ ଲେଖାଏଁ ବ୍ୟବଧାନରେ ଏହାର ଦୁଇ ମିନିଟ୍ ବ୍ୟବଧାନରେ ଗୋଲ କରିଚାଲିଥିଲେ । ତାଙ୍କ ସମୟ ବ୍ୟବଧାନରେ ରାଜଭର, ରହିଲ ଓ ସୁଖବିନ୍ଦର ଗୋଲ କରିଥିଲେ ।

ଏହି ବିଜୟ ସହ ଭାରତ ପଏଣ୍ଟଳ ତାଲିକାରେ ୪ଟି ମ୍ୟାଚ୍ ଜତି ଦ୍ୱିତୀୟ ସ୍ଥାନରେ ରହିଛି । ପାକିସ୍ତାନ ସମାନ ସଂଖ୍ୟକ ମ୍ୟାଚ୍ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି । ପାକିସ୍ତାନର ଅବଦୁଲ ରାଣା ଗୋଲ ସ୍କୋରର ଭାବେ ସର୍ବାଧିକ ୨୧ଟି ଗୋଲ କରିଥିବା ବେଳେ ମନଦୀପ ୨୦ଟି ଗୋଲ ପାଇଁ ଦ୍ୱିତୀୟରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking