ନୂଆଦିଲ୍ଲୀ: ମାସ ଆରମ୍ଭରୁ କମିଲା ଗ୍ୟାସ ଦର । ଆଜିଠାରୁ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୫୮ ଟଙ୍କା କମିଛି । ନୂଆ ଦାମ ଆଜିଠାରୁ ଲାଗୁ ହୋଇଛି । ୧୯ କେଜି ଗ୍ୟାସ ସିଲିଣ୍ଡର ଦାମ ମୂଲ୍ୟ ୧୫୮ ଟଙ୍କା କମ୍ ହୋଇଛି । କିଛିଦିନ ପୂର୍ବରୁ ଘରୋଇ ଗ୍ୟାସ ଦର ୨୦୦ ଟଙ୍କା କମ୍ ହୋଇଥିଲା । ନୂଆ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୨୨.୫୦ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୧୬୮୦ ଟଙ୍କା ଥିଲ। ସେହିପରି କୋଲକତାରେ ନୂଆ ଦର ଲାଗୁ ହେବା ପରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୦୨.୫୦ ଟଙ୍କାରୁ କମି ୧୬୩୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହି ଦର ପୂର୍ବରୁ ୧୬୪୦.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୪୮୨ ଟଙ୍କାରେ ପହଞ୍ଚିଛି। ଗତ ମାସରେ କମର୍ସିଆଲ ଗ୍ୟାସ ଦାମ ଶହେ ଟଙ୍କା କମିଥିଲା। ଏବେ ପୁଣି ଥରେ ଏହି ସିଲିଣ୍ଡର ଦାମ କମିଥିବାରୁ ମୁଖ୍ୟତଃ ଜଳଖିଆ ଦୋକାନୀ ଓ ହୋଟେଲ ମାଲିକ ଆଶ୍ୱସ୍ତ ହୋଇଛନ୍ତି।