ବ୍ୟୁରୋ :ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ରାଜ୍ୟରେ ଶଶିକଳା ସିଣ୍ଡ୍ରୋମ ଲକ୍ଷଣ ଦେଖାଗଲାଣି କହିଲେ ଧର୍ମେନ୍ଦ୍ର | ଗଣତନ୍ତ୍ରର ଲକ୍ଷ୍ମଣ ରେଖା ଭିତରେ ସମସ୍ତେ ରହିବା ଉଚିତ | ବୋଧେ ଆମ ରାଜ୍ୟରେ ଏସବୁର ସୀମା ଉଲଘଂନ ହେଉଛି | ଗତକାଲି ସାଂସଦଙ୍କ ଗସ୍ତ ବେଳେ ତାଙ୍କୁ ପ୍ରାୟୋଜିତ ବିରୋଧ କରାଯାଇଛି |ସଂଖ୍ୟା ବଳ ଅଛି ବୋଲି ପ୍ରତିପକ୍ଷଙ୍କୁ ଅପମାନିତ କରିବା ଜଘନ୍ୟ କଥା | ପ୍ରସାଶନିକ ଅଧିକାରୀମାନେ ଏହାର ଷଡଯନ୍ତ୍ରକାରୀ ବୋଲି କହିଲେ ଧର୍ମେନ୍ଦ୍ର | ମୁଁ ଯେତିକି ନବୀନ ବାବୁ ଙ୍କୁ ଜଣେ, ଯାହା ଚାଲିଛି ନବୀନଙ୍କ ସ୍ଵଭାଵ ବିରୋଧୀ | କେବେବି ଅଗଣତାନ୍ତ୍ରିକ କମ୍କୁ ନବୀନ ପ୍ରସୟା ଦେବେନି ବୋଲି ଆଶା | ଆଲୋଚନା , ସମାଲୋଚନା ହେଉ ; ବିରୋଧ ରାଜନୈତିକ ସ୍ତରରେ ହେଉ |