ଭୁବନେଶ୍ୱର: ବାୟା କରୁଛି ଧଳା ଜହର । ଗ୍ରାଜୁଏଟ ଓ ଇଞ୍ଜନିୟରିଂ ମୁଣ୍ଡରେ କାରବାର । କାମ କରୁଛି ପଢା ସମୟର ଫ୍ରେଣ୍ଡ ସର୍କଲ । ଇଜିମନି ଓ ଲକଜୁରୀ ଳାଇଫଷ୍ଟାଇଲ ବାଟ କଡାଉଛି । ମୋବାଇଲରେ ହେଉଛି ଡିଲ୍ ଓ ରେଟ୍ ଫିକ୍ସ । ୭ ଦିନରେ ବନ୍ଧା ହେଲେଣି ୩ । ସୁରକ୍ଷା ପାଇଁ ପାଖରେ ରଖୁଛନ୍ତି ଚୋରା ବନ୍ଧୁକ । ରାଜଧାନୀରେ ନିଶା କାରବାରକୁ ବ୍ରେକ ଲଗାଇବାକୁ ଏସଟିଏଫ, ସ୍ପେଶାଲ କ୍ରାଇମ ୟୁନିଟ ଓ ସ୍ପେଶାଲ ସ୍କ୍ୱାଡର ସ୍କାନରରେ ଡ୍ରଗ୍ସ ମାଫିଆ । ଅଶ୍ରୁମୋଚନ ରାଉତ । ଶିକ୍ଷାଗତ ଯୋଗ୍ୟାତ ବି-ଟେକ୍ । ଅଭିଳାଶ ମିଶ୍ର, ମେକାନିକାଲ ଇଞ୍ଜିନିୟର ଡିପ୍ଳୋମା ।
ଏ ଦୁଇ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ସନ୍ଦୀପ ନାୟକ, କମର୍ସ ଗ୍ରାଜୁଏଟ୍ । ସନ୍ଦୀପ ସମେତ ୪ ଜଣ ବନ୍ଧା ହୋଇଥିଲେ । ଏମାନଙ୍କ ଠାରୁ ମିଳିଥିଲା କୋଟିଏ ଟଙ୍କାର ଧଳାଜହର । ଗିରଫ ହୋଇଥିବା ୩ ଜଣ ଥିଲେ ଉଚ୍ଚଶିକ୍ଷିତ । ପଶ୍ଚିମବଙ୍ଗରୁ ଧଳା ଜହର ଆଣି ବାଲେଶ୍ୱରରରୁ ଭୁବନେଶ୍ୱର ରୁଟରେ ଚଲାଇଥିଲେ ବେପାର । କିଏ ହାଇ ଫାଇ ଲାଇଫ ଷ୍ଟାଇଲ ତ ଆଉ କିଏ କମ ସମୟ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲେ । ଏମାନଙ୍କ ଗିରଫ ପରେ ପୂରା ନେଟୱାର୍କକୁ ଧରିବାକୁ ସ୍ପେଶାଲ ପ୍ଳାନ କରୁଛି ତଦନ୍ତକାରୀ ସଂସ୍ଥା । ଭୁବନେଶ୍ୱରରେ ନିଶା କାରବାରକୁ ରୋକିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ହ୍ୱାଇଟ ସ୍ପାଇଡର ।