ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀକ ରାଜଧାନୀ ଆଥେନ୍ସରୁ ସିଧାସଳଖ ଵେଙ୍ଗାଲୁରୁରେ ଅଵତରଣ କରିଛନ୍ତି। ଇସ୍ରୋ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଵୈଜ୍ଞାନିକ ମାନଙ୍କୁ ଅଭିଵାଦନ ଜଣାଇଵା ସହ ତାଙ୍କର ପ୍ରଶଂସା କରିଛନ୍ତି। ଏହାସହ ଵିକ୍ରମ ଲ୍ୟାଣ୍ଡର ଅଵତରଣ କରିଥିଵା ସ୍ଥାନକୁ ମୋଦି ଏକ ନୂଆ ପରିଚୟ ଦେଇଛନ୍ତି। ସେହି ସ୍ଥାନ ଏଵେ ‘ଶିଵଶକ୍ତି’ ନାମରେ ନାମିତ ହୋଇଛି। ଶିବଙ୍କ ଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ ଏବଂ ଶକ୍ତି ଦ୍ୱାରା ସଂକଳ୍ପ ପୂରା କରିବାର ସାମର୍ଥ୍ୟ ମିଳିଥାଏ ବୋଲି ମୋଦି ଏହାର ନାମ ‘ଶିବଶକ୍ତି’ ଦେଇଛନ୍ତି।
ଏଥିସହିତ ଚନ୍ଦ୍ରଯାନ-୨ ନିଜ ପାଦଚିହ୍ନ ଛାଡିଥିଵା ସ୍ଥାନକୁ ତ୍ରିରଙ୍ଗା ପଏଣ୍ଟ ନାଁ ଦିଆଯାଇଛି। ୨୦୧୯ରେ ଚନ୍ଦ୍ରଯାନ-୨ ମିଶନ ଵିଫଳ ହୋଇଥିଲା ମାତ୍ର ଚନ୍ଦ୍ର ପୃଷ୍ଟରେ ଅଵତଣ କରିଵାକୁ ପ୍ରେରଣା ଯୋଗାଇଥିଲା। ଏହି ମିଶନରେ ଵ୍ୟଵହୃତ ଲ୍ୟାଣ୍ଡର ଵିକ୍ରମ ଚନ୍ଦ୍ରଯାନ-୩କୁ ସଫଳତାରସହ ଅଵତରଣ କରିଵାରେ ସହାୟକ ହୋଇଥିଲା।