ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ସୁପ୍ରିମ୍କୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମି ଅବଧିକୁ ମେଡିକାଲ୍ ଆଧାରେ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପୂର୍ବରୁ ସୁପ୍ରିମ୍କୋର୍ଟ ମେ ୨୬ ତାରିଖରେ ତାଙ୍କୁ ୬ ସପ୍ତାହ ପାଇଁ ଜାମିନ୍ ପ୍ରଦାନ କରିଥିଲେ । ସେହିପରି ଜୁଲାଇ ୧୦ ତାରିଖରେ ଏହାର ଅବଧି ଜୁଲାଇ ୨୪ ତାରିଖକୁ ବୃଦ୍ଧି କରାଯାଇଥିଲା । ପୁଲିସ ଜୁଲାଇ ୨୪ରେ ତାଙ୍କ ଅନ୍ତରୀଣ ଜାମିନ ଅବଧିକୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇଥିଲେ ।
ଅନ୍ୟପକ୍ଷରେ ଅବକାରୀ ନୀତି ମାମଲାରେ ଗିରଫ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଶୁକ୍ରବାର ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ସିସୋଦିଆଙ୍କୁ ନୂଆ ବ୍ୟାଙ୍କ ଆକାଉଣ୍ଟ୍ ଖୋଲି ଦରମା ଉଠାଣ ପାଇଁ ଅନୁମତି ଦେଇଛନ୍ତି । ଇଡି ସିସୋଦିଆଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରିଦେଇଥିଲା