18.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଜି-୨୦ ସମ୍ମିଳନୀରେ ସାମିଲ ହେବେନି ପୁଟିନ୍‌; ରୁଷ ରାଷ୍ଟ୍ରପତିଙ୍କ ସ୍ଥାନରେ ଯୋଗଦେବେ ବିଦେଶ ମନ୍ତ୍ରୀ

ଜି-୨୦ ସମ୍ମିଳନୀରେ ସାମିଲ ହେବେନି ପୁଟିନ୍‌; ରୁଷ ରାଷ୍ଟ୍ରପତିଙ୍କ ସ୍ଥାନରେ ଯୋଗଦେବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଭାଗ ନେବେନାହିଁ । କ୍ରେମ୍‌ଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ୍ ଏହା ସ୍ପଷ୍ଟ କରିଛନ୍ତି । ପୁଟିନ୍‌ଙ୍କ ସ୍ଥାନରେ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ନୂଆଦିଲ୍ଲୀ ଆସିବେ । ସମ୍ମିଳନୀ ସେପ୍ଟେମ୍ବର ୯ ଓ ତାରିଖ ଦୁଇଦିନ ହେବ । ପୁଟିନ୍ ୨୦୧୯ରେ ଶେଷଥର ପାଇଁ ଜାପାନରେ ହୋଇଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗଦେଇଥିଲେ ।

୨୦୨୦ରେ ରିୟାଦ୍ ଏବଂ ୨୦୨୧ରେ ରୋମ୍‌ରେ ହୋଇଥିବା ସମ୍ମିଳନୀରେ ମଧ୍ୟ ପୁଟିନ୍ ଭର୍ଚୁଆଲି ସାମିଲ ହୋଇଥିଲେ । ୨୦୨୨ରେ ଇଣ୍ଡୋନେସିଆର ବାଲିରେ ହୋଇଥିବା ସମ୍ମିଳନୀରେ ମଧ୍ୟ ରୁଷ ରାଷ୍ଟ୍ରପତି ଉପସ୍ଥିତ ନଥିଲେ । ଦକ୍ଷିଣ ଆଫ୍ରିକାରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ପୁଟିନ୍ ସାମିଲ ହୋଇ ନଥିଲେ । ତାଙ୍କ ସ୍ଥାନରେ ବିଦେଶ ମନ୍ତ୍ରୀ ଲାଭରୋଭ୍ ହିଁ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ପୁଟିନ୍‌ଙ୍କ ଯୋଗଦେବା ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ସସ୍‌ପେନ୍ସ ଲାଗିରହିଥିଲା । ତେବେ ଶେଷରେ ରୁଷ ରାଷ୍ଟ୍ରପତି ପୁଟିନ୍ ଜୋହାନ୍ସବର୍ଗ ଆସିବେ ନାହିଁ ବୋଲି ଆୟୋଜକ ଦେଶ ଦକ୍ଷିଣ ଆଫ୍ରିକା ସ୍ପଷ୍ଟ କରିଥିଲା ।

ନ୍ୟୁଜ୍ ଏଜେନ୍ସି ରୟଟର୍ସ ରିପୋର୍ଟ ଅନୁସାରେ ଇଣ୍ଟରନାସ୍‌ନାଲ୍ କ୍ରିମିନାଲ୍ କୋର୍ଟ (ଆଇସିସି)ରେ ପୁଟିନ୍‌ଙ୍କ ବିରୋଧରେ ଯୁଦ୍ଧ ଅପରାଧ ମାମଲା ରୁଜୁ ହୋଇଛି । ଯଦି ପୁଟିନ୍ ଜୋହାନ୍ସବର୍ଗ ଯାଇଥାନ୍ତେ, ତେବେ ସଦସ୍ୟ ଦେଶ ଭାବେ ଦକ୍ଷିଣ ଆଫ୍ରିକା ସରକାରଙ୍କୁ ପୁଟିନ୍‌ଙ୍କୁ ଗିରଫ କରିବାକୁ ପଡ଼ିଥାନ୍ତା । ରୁଷ ପକ୍ଷରୁ ଆଧିକାରିକ ଭାବେ ଏହାର କାରଣ ଦର୍ଶାଯାଇ ନଥିଲେ ମଧ୍ୟ ପୁଟିନ୍‌ଙ୍କ ନୂଆଦିଲ୍ଲୀ ନଆସିବା ପଛରେ ଏହା ହିଁ କାରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking