25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଭୋଜି ଖାଇ ଫେରୁଥିଲେ କେନାଲକୁ ଖସିଲା ସ୍କର୍ପିଓ, ୫ ମୃତ

ଭୋଜି ଖାଇ ଫେରୁଥିଲେ କେନାଲକୁ ଖସିଲା ସ୍କର୍ପିଓ, ୫ ମୃତ

ପାଟନା: ଶ୍ରାଦ୍ଧ ଭୋଜି ଖାଇ ଫେରୁଥିବା ସମୟରେ ଅଘଟଣ । ଭାରସାମ୍ୟ ହରାଇ ରାସ୍ତାରୁ କେନାଲକୁ ଖସିଲା ସ୍କର୍ପିଓ । ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଯୁବକ । ବିହାରର ସାରଣରେ ଏହି ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକ ଗୋପାଳଗଞ୍ଜ ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ୧୫ ଫୁଟ ଗଭୀର କେନାଲରେ ଖସିପଡିଲା ସ୍କର୍ପିଓ: ମଶ୍ରକ ପୋଲିସ ଷ୍ଟେସନ ଚାଲିସ୍ ଆରଡି କେନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଗୋପାଳଗଞ୍ଜ ଜିଲ୍ଲାର ବୈକୁଣ୍ଠମ୍ପୁର ପୋଲିସ ଷ୍ଟେସନ ଅଞ୍ଚଳର ଗୋଟିଏ ପରିବାରର ୬ଜଣ ସଦସ୍ୟ ସମ୍ପର୍କୀୟଙ୍କ ଶ୍ରାଦ୍ଧ ଭୋଜି ଖାଇବାକୁ ସିୱାନର ବସନ୍ତପୁର ପୋଲିସ ଷ୍ଟେସନ ଅଞ୍ଚଳର ବାଘି ଗ୍ରାମକୁ ଆସିଥିଲେ । ଗୁରୁବାର ବିଳମ୍ବିତ ରାତିରେ ସମସ୍ତେ ଶ୍ରାଦ୍ଧ କାର୍ଯ୍ୟ ସାରିବା ପରେ ଗୋପାଳଗଞ୍ଜ ଅଭିମୁଖେ ଯାତ୍ରା କରିଥିଲେ । ହଠାତ ସ୍କର୍ପିଓ ଭାରସାମ୍ୟ ହରାଇ ମଶ୍ରାକ ପୋଲିସ ଷ୍ଟେସନ ଅଞ୍ଚଳର ଆରଡି କେନାଲରେ ଖସିପଡିଥିଲା । କାରରେ ୬ ଜଣ ଯାତ୍ରୀ ଥିବା ବେଳେ ୫ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଯୁବକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ସମୟରେ ସେ କାରରୁ ଡେଇଁ ଜୀବନ ବଞ୍ଚାଇ ଦେଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି କାର ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking