28.1 C
Bhubaneswar
Sunday, September 29, 2024
Homeଓଡିଶାରାଜ୍ୟରେ ଚାଲିଛି ଜମି ହଡପ - ଅପରାଜିତା

ରାଜ୍ୟରେ ଚାଲିଛି ଜମି ହଡପ – ଅପରାଜିତା

ଭୁବନେଶ୍ୱର : ରାଜ୍ୟରେ ଜମି ହଡପ ଚାଲିଥିବା କହିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ | ପଣ୍ଡିୟାନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଜମି ହଡପ ଅଭିଯୋଗ | ଶାସନ ହାଇଜାକ କରିଥିବା ସରକାରୀ ଆଦିକାରୀ ଙ୍କର ଏ ଆଉ ଏକ ନୂଆ ରୂପ | ଭୁବନେଶ୍ୱରରୁ ୧୫ କିମି ଦୂରରେ ଏହି ଜମି ହଡପ ପ୍ରକଳ୍ପ ଚାଲିଛି | ଭଗବତିପୁର ଓ ଗିରିଙ୍ଗଘାଟରେ ୧୫୦ ଏକର ହଡପ କରି ଫାର୍ମହାଉସ ଚାଲିଛି | ସେସବୁ ଅନାବାଦୀ , ଜଙ୍ଗଲ , ଦେବ ଜମି ଓ ଆଉ କିଛି ବ୍ୟକ୍ତିଗତ ଜମି | ହଲ କର୍ମଚାରୀ ସଂଘର ୨୫ ଏକର ଜମି ବି ଜବରଦାଖଲ ଅଛି | ତ୍ରିବେଣୀ ଆର୍ଥମୁଭର୍ସର କିରୁଥିକ ପ୍ରଭାକରନ ଏହି ଜବରଦଖଲ କରିଛନ୍ତି | ଅଭିଯୋଗ କଲେ ଏଇଟା ପଣ୍ଡିୟାନ ପ୍ରୋଜେକ୍ଟ କହୁଛନ୍ତି ଅଧିକାରୀ | ଏଇଟା ପଣ୍ଡିୟାନ ପ୍ରୋଜେକ୍ଟ, କେହି ସରକାରୀ ଅଧିକାରୀ କିଛି କରିପାରିବେ ନାହିଁ | ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି କହିଲେ ସାଂସଦ ଅପରାଜିତା | ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟିକରଣ ଦେବେ କି | ମେଣ୍ଟ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା | ବିଜେପି ବିଜେଡି ମଧ୍ୟରେ ବୁଝାବଣା ନଥିବା କହିଲେ ଅପରାଜିତା | ଉଭୟ ଦଳ ମଧ୍ୟରେ ବୁଝାବଣା ନାହିଁ କି ବୁଝାବଣା ପ୍ରଶ୍ନ ନାହିଁ | ବୁଝାବଣା କୁ ନେଇ କେବଳ ଭ୍ରାନ୍ତି ସୃଷ୍ଟି ହେଉଛି ବୋଲି କହିଲେ ଅପରାଜିତା | ନିର୍ଵାଚନେ ସେ ପ୍ରାର୍ଥୀ ଦେବେ , ଆମେ ପ୍ରାର୍ଥୀ ଦେବୁ , ଲଢେ଼ଇ ହେବ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking