28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶ୨୦୦୨ ଆସାମ ବିସ୍ଫୋରଣ ମାମଲା; ସବୁ ଦୋଷୀ ହାଇକୋର୍ଟରେ ନିର୍ଦ୍ଦୋଷ

୨୦୦୨ ଆସାମ ବିସ୍ଫୋରଣ ମାମଲା; ସବୁ ଦୋଷୀ ହାଇକୋର୍ଟରେ ନିର୍ଦ୍ଦୋଷ

ଗୁଆହାଟୀ: ୨୦୦୪ରେ ଆସାମର ଧେମାଜିରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବା ସମସ୍ତ ୬ ଜଣ ଦୋଷୀଙ୍କୁ ଗୁଆହାଟୀ ହାଇକୋର୍ଟ ଗରୁବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ହାଇକୋର୍ଟଙ୍କ ଏହି ରାୟରେ ମୃତାହତଙ୍କ ପରିବାର ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ୨୦୦୪ ଅଗଷ୍ଟ ୧୫ରେ ଧେମାଜୀର ଏକ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହେଉଥିବାବେଳେ ବୋମା ବିସ୍ଫୋରଣ ଘଟିଥିଲା ।

ଏଥିରେ ୧୩ ଜଣ ସ୍କୁଲ ଛାତ୍ରଙ୍କ ସମେତ ମୋଟ ୧୮ ଜଣ ପ୍ରାଣ ହରାଇଥିଲେ । ଏହାବ୍ୟତୀତ ୪୦ ଜଣ ଆହତ ମଧ୍ୟ ହୋଇଥିଲେ । ଆତଙ୍କବାଦୀ ସଂଗଠନ ଉଲ୍‌ଫା ସେତେବେଳେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । ୨୦୧୯ରେ ଧେମାଜୀ ଫୌଜଦାରୀ ଅଦାଲତ ୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୪ ଜଣଙ୍କୁ ଆଜୀବନ ଏବଂ ଅନ୍ୟ ୨ ଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଥିଲେ । ଅଭିଯୁକ୍ତମାନେ ଏହି ଦଣ୍ଡାଦେଶ ବିରୋଧରେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉପଯୁକ୍ତ ପ୍ରମାଣ ନଥିବା ସତ୍ତ୍ୱେ ଏମାନଙ୍କୁ ଦଣ୍ଡିତ କରାଯାଇଥିବା ହାଇକୋର୍ଟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking