ବ୍ୟୁରୋ : ବ୍ରିକ୍ସକୁ ୬ ନୂଆ ଦେଶର ସଦସ୍ୟତା ମିଳି ସାରିଛି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି । ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ତମ ସମ୍ମିଳନୀରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋସାଏହା ଘୋଷଣା କରିଛନ୍ତି । ବ୍ରିକ୍ସରେ ଏବେ ୫ ଦେଶ ‘ବି’ରେ ବ୍ରାଜିଲ, ‘ଆର’ରେ ଋଷ, ‘ଆଇ’ରେ ଇଣ୍ଡିଆ, ‘ସି’ରେ ଚୀନ ଓ ‘ଏସ’ରେ ସାଉଥ ଆଫ୍ରିକା ସାମିଲ ଥିଲେ । ଏବେ ୬ ଦେଶ ନୂଆ ସାମିଲ ହେବା ପରେ ଏହାର ସଦସ୍ୟ ସଂଖ୍ୟା ୧୧ରେ ପହଞ୍ଚିଛିଯିବ ।ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କହିଛନ୍ତି କି, ବିସ୍ତାର ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଆମର ସହମତି ଅଛି, ଏହାର ଅନ୍ୟ ପର୍ଯ୍ୟାୟ ପରେ ଅଛି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଓ ସାଉଦି ଆରବକୁ ସଦସ୍ୟତା ପାଇଁ ନିମନ୍ତ୍ରିତ କରାଯାଇଛି । ତାଙ୍କର ସଦସ୍ୟତା ୧ ଜାନୁଆରୀ ୨୦୨୪ରୁ ଲାଗୁ ହେବ ।