26.1 C
Bhubaneswar
Wednesday, November 6, 2024
Homeଓଡିଶାକିରୋସିନ୍‌ରେ ପୋଡ଼ି ଯୁବତୀଙ୍କ ମୃତ୍ୟୁ

କିରୋସିନ୍‌ରେ ପୋଡ଼ି ଯୁବତୀଙ୍କ ମୃତ୍ୟୁ

ମାହାଙ୍ଗା : ମାହାଙ୍ଗା ଥାନା ଆନନ୍ଦପୁର ପଞ୍ଚାୟତ ବାଲିତୋଟା ଗ୍ରାମର ଧିରେନ୍ଦ୍ର ମଲ୍ଲିକଙ୍କ ଝିଅ ରିନା (୨୫) କିରୋସିନ୍‌ରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ପ୍ରକାଶ ଯେ ଧୀରେନ୍ଦ୍ରଙ୍କ ଝିଅ ରୀନା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଓ ମାନସିକ ଭାରସାମ୍ୟ ହରାଇ ଆଜି ଦେହରେ କିରୋସିନ ଢାଳି ହୋଇ ନିଆଁ ଲଗାଇ ଦେଇଥିବା ତାଙ୍କ ବାପା କହିଛନ୍ତି । ରିନା ଆଜି ସକାଳୁ ସକାଳୁ ହଠାତ୍ ଘରୁ କିରୋସିନି ବୋତଲ ଆଣି ଘର ବାହାରକୁ ପଳାଇ ଆସି ଦେହରେ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ।

ତେବେ ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପାଣି ଆଣି ତାଙ୍କ ଉପରେ ଢାଳି ଥିଲେ । ସେତେବେଳକୁ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ମାହାଙ୍ଗା ଥାନାକୁ ଜଣାଇଥିଲେ । ଖବର ପାଇ ମାହାଙ୍ଗା ଥାନା ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଫୋରେନ୍‌ସିକ୍ ବିଭାଗ ସହାୟତାରେ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking