31.1 C
Bhubaneswar
Friday, October 18, 2024
Homeଅପରାଧଲକ୍ଷ୍ନୌରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ଖୋଲିଲା ରହସ୍ୟ

ଲକ୍ଷ୍ନୌ: ଦୁଇ ଦିନ ତଳେ ଲକ୍ଷ୍ନୌରେ କାର୍ ଭିତରୁ ଜଣେ ଓଡ଼ିଆ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଥିଲେ ୩୦ ବର୍ଷୀୟା ସୁସ୍ମିତା ରାଉତ । ଏବେ ଏହି ସନ୍ଦେହଜନକ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ହୋଇଛି । ସୁସ୍ମିତା ଚାକିରି ସନ୍ଧାନରେ ଲକ୍ଷ୍ନୌ ଆସିଥିବା ବେଳେ ତାଙ୍କୁ ତଣ୍ଟି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ କାରରେ ମୃତଦେହକୁ ଛାଡି ଫେରାର୍ ହୋଇଯାଇଥିଲା । ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁ ଦ୍ବିବେଦୀକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଚାକିରି ଆଳରେ ତାଙ୍କୁ ଲକ୍ଷ୍ନୌ ଡକାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଗୁରୁବାର ଦିନ ପିଜିଆଇ ଥାନା ଅନ୍ତର୍ଗତ ବୃନ୍ଦାବନ ଯୋଜନା ସେକ୍ଟର ୧୯ର ଏକ ଶୂନଶାନ ଅଞ୍ଚଳରୁ କାର୍ ଭିତରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଦୁଇଟି ମୋବାଇଲ ଫୋନ ମିଳିଥିଲା, ଯେଉଁଥିରୁ ମୃତକ ଓଡ଼ିଶାର ବୋଲି ଜଣାପଡିଥିଲା। ଗୋଟିଏ ଫୋନ ମୃତ ମହିଳାଙ୍କ ହୋଇଥିବା ବେଳେ ଅନ୍ୟ ଫୋନଟି ବିଷ୍ଣୁ ଦ୍ବିବେଦୀ ନାମକ ବ୍ୟକ୍ତିଙ୍କର ଥିଲା ।

ସୁଶ୍ମିତାଙ୍କୁ ଅତ୍ୟଧିକ ଡ୍ରଗ୍ସ ଦିଆଯାଇଥିବା ପ୍ରଥମେ ପୋଲିସ ସନ୍ଦେହ କରୁଥିଲା । ମାତ୍ର ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ହତ୍ୟା ସମୟରେ ଅଭିଯୁକ୍ତ ବିଷ୍ଣୁ କାରରେ ଥିଲା । ବିଷ୍ଣୁ ସୁସ୍ମିତାଙ୍କୁ ହତ୍ୟା କରିବା ପରେ ଦୂରନ୍ତ ଏକ୍ସପ୍ରେସରେ ବିହାର ଫେରାର୍ ହୋଇଯାଇଥିଲା । ସେଠାରୁ ସେ ପଶ୍ଚିମବଙ୍ଗ ପଳାୟନ ପାଇଁ ଚେଷ୍ଟା କରୁଥିବା ବେଳେ ଏହା ପୂର୍ବରୁ ପୋଲିସ ଧନବାଦ ଅଞ୍ଚଳରୁ ତାକୁ ଗିରଫ କରିନେଇଛି । ଅଭିଯୁକ୍ତକୁ ପଚରାଉଚରାରୁ ଜଣାପଡିଛି ଯେ, ସେ ଅନେକ ସମୟରେ ଓଡ଼ିଶା ଯିବା ଆସିବା କରୁଥିଲା । ସେଠାରେ ସୁସ୍ମିତାଙ୍କ ସହ ତା’ର ଚିହ୍ନା ପରିଚୟ ହୋଇଥିଲା । ବିଷ୍ଣୁ ସୁସ୍ମିତାଙ୍କୁ ଚାକିରି ଦେବାକୁ କହି ଲକ୍ଷ୍ନୌ ଡାକିଥିଲା । ତେବେ କାହିଁକି ସେ ତାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking