ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ନଜରରେ ରଖି ଚଳିତ ବର୍ଷ ମଧ୍ୟ ମଶା ମାରିବାକୁ ଡ୍ରୋନ୍ ବ୍ୟବହାର କରିବ ବିଏମ୍ସି। ଏନେଇ ବିଏମ୍ସି ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି। ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ୍ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ। ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡ଼ିକର ଏହି ଔଷଧ ସ୍ପ୍ରେ କରାଯିବ ବୋଲି କହିଛନ୍ତି ବିଏମ୍ସି ମେୟର।