19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପୁଣି ତେଜିଲା ମଣିପୁର ହିଂସା; ୨୪ ଘଣ୍ଟାରେ ୬ ମୃତ

ପୁଣି ତେଜିଲା ମଣିପୁର ହିଂସା; ୨୪ ଘଣ୍ଟାରେ ୬ ମୃତ

ଇମ୍ଫାଲ: ମଣିପୁରରେ ଲାଗିରହିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପଦକ୍ଷେପ ସତ୍ତ୍ୱେ ହିଂସା ଅବ୍ୟାହତ ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଯୋଗୁଁ ୬ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଶନିବାର ସକାଳୁ ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ଉପୁଜିଥିବା ଏହି ହିଂସାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ସେନା ପକ୍ଷରୁ ଉତ୍ତେଜନାପ୍ରବଣ ଏହି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବାବେଳେ କେବଳ ଜଣେ ଅପରାଧୀ ଗିରଫ ହୋଇଥିବା ସୂଚନା ମିଳିଛି। ମଣିପୁରକୁ ଆଉ ୧୦ କମ୍ପାନୀ ଅତିରିକ୍ତ ଯବାନ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସାନି ହିଂସା ଫଳରେ ଇମ୍ପାଲ ଇଷ୍ଟ ଓ ୱେଷ୍ଟ୍ ଜିଲ୍ଲାରେ ପୁଣି କର୍ଫ୍ୟୁକୁ କଡାକଡି କରାଯାଇଛି । ଶନିବାରଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମୋର୍ଟାର ଓ ଗ୍ରେନେଡ୍ ମାଡ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଶନିବାର ବିଷ୍ଣୁପୁର ଜିଲ୍ଲାର କ୍ୱାକ୍‌ତା ଗ୍ରାମରେ ଉଗ୍ରପନ୍ଥୀଙ୍କ ଆକ୍ରମଣରେ ବାପ-ପୁଅ ସମେତ ୩ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ରବିବାର ବିପକ୍ଷ ଗୋଷ୍ଠୀ ଏହାର ପ୍ରତିଶୋଧ ନେଇଛନ୍ତି ।

ସେମାନେ ଚୁରାଚାନ୍ଦପୁର ଜିଲ୍ଲାର ଫୌଜାଙ୍ଗ୍ ଓ ସୋଙ୍ଗ୍‌ଡୋ ଗ୍ରାମ ଉପରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିଛନ୍ତି । ଏହାବ୍ୟତୀତ ଜଣେ ପୁଲିସ କମାଣ୍ଡୋଙ୍କ ସମେତ ମୋଟ ୭ ଜଣ ଆହତ ମଧ୍ୟ ହୋଇଛନ୍ତି । ହିଂସା ଆରମ୍ଭ ହେବାପରେ ପ୍ରଭାବିତଙ୍କୁ ରିଲିଫ୍ ଶିବିରରେ ରଖାଯାଇଥିଲା । ତେବେ ଶୁକ୍ରବାର ସେମାନେ ରିଲିଫ୍ ଶିବିରୁ ନିଜ ଗ୍ରାମକୁ ପଳାଇଆସି ବାସଗୃହ ଜଗିଥିବାବେଳେ ଏଭଳି ଆକ୍ରମଣ ହୋଇଥିବା କୁହାଯାଇଛି । ବର୍ତ୍ତମାନ ସାନି ହିଂସା ପରେ ଗ୍ରାମବାସୀ ପୁଣି ଭୟଭୀତ ହୋଇ ରିଲିଫ୍ ଶିବିର ଆଡକୁ ମୁହାଁଉଥିବା ଲକ୍ଷ୍ୟ କରାଯାଇଛି । ସନାସାବି ଓ ଥାମ୍‌ନାପୋକ୍‌ପି ଗ୍ରାମରେ ଗୁଳିଚାଳନାର ଖବର ଆସିଥିବାବେଳେ କେହି ମୃତାହତ ହୋଇନାହାନ୍ତି । ଏତେସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ସତ୍ତ୍ୱେ ଉଗ୍ରପନ୍ଥୀମାନେ କିପରି ସେମାନଙ୍କ ନଜର ଆଢୁଆଳରେ ଗ୍ରାମକୁ ପ୍ରବେଶ କରି ହିଂସା ଘଟାଉଛନ୍ତି, ତାହାକୁ ନେଇ ମଣିପୁରର ବିଜେପି ସାଂସଦ ରାଜକୁମାର ଇମୋ ସିଂହ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking