ନୂଆଦିଲ୍ଲୀ: ଗର୍ଭାବସ୍ଥା କିମ୍ବା ପ୍ରସବ ପରର ଅବସାଦକୁ ଦୂର କରିବାର ପ୍ରଥମ ଔଷଧକୁ ଅନୁମୋଦନ ମିଳିଛି । ଆମେରିକାର ଏକ ନାମିଦାମୀ କମ୍ପାନୀ ଏହାକୁ ପ୍ରସ୍ତୁତ କରିଛି । ମାତୃତ୍ବ ଜଣେ ମହିଳା ପାଇଁ ସୌଭାଗ୍ୟର ବିଷୟ । କିନ୍ତୁ ଗର୍ଭାବସ୍ଥା ଅବଧି ସମୟ କିମ୍ବା ପ୍ରସବ ପରେ ଅଧିକାଂଶ ମହିଳା ମାନସିକ ଅବସାଦର ଶିକାର ହୋଇଥାନ୍ତି।