20.1 C
Bhubaneswar
Thursday, November 21, 2024
Homeବଲିଉଡଶୋକ ସାଗରରେ ଭସାଇଦେଲେ କନ୍ନଡ ଅଭିନେତାଙ୍କ ସ୍ତ୍ରୀ, ହୃଦଘାତରେ ଚାଲିଗଲା ଜୀବନ

ଶୋକ ସାଗରରେ ଭସାଇଦେଲେ କନ୍ନଡ ଅଭିନେତାଙ୍କ ସ୍ତ୍ରୀ, ହୃଦଘାତରେ ଚାଲିଗଲା ଜୀବନ

ନିଆକୁ ଅଲବିଦା କହିଲେ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ । ହୃଦଘାତରେ ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ମୃତ୍ୟୁ ହୋଇଛି । ବ୍ୟାଙ୍କକ୍‌ର ଏକ ହସ୍ପିଟାଲରେ ସ୍ପନ୍ଦନା ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି । ପରିବାର ଲୋକ ତାଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଥିବାବେଳେ ଏହି ଘଟଣା ଘଟିଛି । ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କର ରକ୍ତଚାପ କମ୍ ଥିବାରୁ ଏହା ହୃଦଘାତର କାରଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆସନ୍ତାକାଲି ତାଙ୍କ ମୃତଦେହ ବାଙ୍ଗାଲୋରରେ ପହଞ୍ଚିବ, ଆଉ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ବିଜୟ ରାଘବେନ୍ଦ୍ର ଏବଂ ସ୍ପନ୍ଦନା ୨୬ ଅଗଷ୍ଟ ୨୦୦୭ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅବସରପ୍ରାପ୍ତ ସହକାରୀ ପୋଲିସ କମିଶନର ବିକେ ଶିବରାମଙ୍କ ଝିଅ ହେଲେ ସ୍ପନ୍ଦନା । ବିଜୟ ଓ ସ୍ପନ୍ଦନାଙ୍କର ଏକ ପୁଅ ଅଛି । ୨୦୧୬ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଅପୂର୍ବା”ରେ ସ୍ପନ୍ଦନା ଅତିଥି କଳାକାର ରୂପେ ଅଭିନୟ କରିଥିଲେ ।

ବର୍ତ୍ତମାନ ସମୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ହାର୍ଟ ଆଟାକରେ ଅନେକ କଳାକାର ତଥା ସାଧାରଣ ଲୋକଙ୍କର ପ୍ରାଣ ଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏବେକାର ଜୀବନଶୈଳୀ ଯୋଗୁ ଯୁବପିଢ଼ି ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାତର ଷ୍ଟ୍ରେସ ଯୋଗୁ ବ୍ଲଡ୍ ପ୍ରେସର ଓ ହାର୍ଟ ଆଟାକ୍ ଭଳି ଘଟଣା ଦେଖିବାକୁ ମିଳୁଛି । ଖାଦ୍ୟପେୟ ଠିକ୍ ସହ ରାତିରେ ଭଲରେ ଶୋଇ ପାରିଲେ ନିଶ୍ଚିତ ଭାବେ ହୃଦଘାତ ସମସ୍ୟାକୁ ବହୁମାତ୍ରାରେ କମାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking