27.1 C
Bhubaneswar
Saturday, October 19, 2024
Homeଓଡିଶାଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଅନ୍ତର୍ଜାତୀୟ ବଜାରରେ ବଢୁଛି ଓଡ଼ିଶା ହସ୍ତତନ୍ତର ଚାହିଦା

ଭୁବନେଶ୍ୱର: ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଯେତେବେଳେ ବଙ୍ଗଳା ବିଭାଜନ ହୋଇଥିଲା ସେତେବେଳେ ସ୍ବଦେଶୀ ଆନ୍ଦୋଳନ ଶକ୍ତି ବୃଦ୍ଧି ହୋଇଥିଲା।

ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କୋଲକାତା ଟାଉନ ହଲରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏକ ଶତାବ୍ଦୀ ପରେ ଅର୍ଥାତ୍‌ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭ ଉଦ୍‌ଘାଟନ କରିଥିଲେ। ସେବେଠାରୁ ଏହି ହସ୍ତତନ୍ତ ଦିବସ ପାଳନ କରାଯାଉଛି ।

ପୁଣିଥରେ ଆଦୃତ ହେଉଛି ଭାରତର ପାରମ୍ପରିକ ହସ୍ତତନ୍ତ। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢୀମାନେ ହସ୍ତତନ୍ତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢୁଛି। ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ପାରମ୍ପରିକ ହସ୍ତତନ୍ତ ଆଧୁନିକ ଫ୍ୟାଶନର ଏକ ପ୍ରମୁଖ ଅଂଶଭାବେ ପରିଗଣିତ ହେଉଛି।

ଏପଟେ ଉତ୍କୃଷ୍ଟ ଓ ସୂକ୍ଷ୍ମ କାରିଗରୀରେ ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତର ଚାହିଦା ଅନ୍ତର୍ଜାତୀୟ ବଜାରରେ ବଢୁଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଓ ଟ୍ରେଡ୍‌ ଶୋ’ ଆଦିରେ ଓଡ଼ିଶା ବସ୍ତ୍ରର ଚାହିଦା ଦେଖିବାକୁ ମିଳୁଛି। ବିଭିନ୍ନ ଫ୍ୟାଶନ ଶୋ’ରେ ପାଶ୍ଚାତ୍ୟ ପୋଷାକ ସହ ଓଡ଼ିଶା ହ୍ୟାଣ୍ଡଲୁମ୍‌ର ଫ୍ୟୁଜନ କରାଯାଇ ପ୍ରଦର୍ଶିତ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking