28.1 C
Bhubaneswar
Friday, October 18, 2024
Homeଦେଶ ବିଦେଶମିରଟ ହସ୍ପିଟାଲରେ ୮୧ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍

ମିରଟ ହସ୍ପିଟାଲରେ ୮୧ ଗର୍ଭବତୀ ଏଚ୍ଆଇଭି ପଜିଟିଭ୍

ମିରଟ : ଉତ୍ତର ପ୍ରଦେଶର ମିରଟସ୍ଥିତ ଲାଲା ଲଜପତ ରାୟ ମେଡିକାଲ କଲେଜ ଓ ହସ୍ପିଟାଲରେ ୮୧ ଜଣ ଗର୍ଭବତୀ ମହିଳା ଏଚ୍ଆଇଭି ପଜିଟିଭ୍ ହେବା ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲରେ ଥିବା ଏଆରଟି (ଆଣ୍ଟି-ରେଟ୍ରୋଭାଇରାଲ ଥେରାପି) ସେଣ୍ଟର ପକ୍ଷରୁ ଗତ ଶୁକ୍ରବାର ଏ ସଂକ୍ରାନ୍ତ ରିପୋର୍ଟ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗତ ୧୬ମାସ ଭିତରେ ହସ୍ପିଟାଲକୁ ଡେଲିଭରୀ ପାଇଁ ଆସିଥିବା ମହିଳାଙ୍କ ମଧ୍ୟରୁ ଏହି ୮୧ ଜଣ ଏଚ୍ଆଇଭି ସଂକ୍ରମିତ ହୋଇଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଚଳିତବର୍ଷ ୩୩ ଜଣ ସଂକ୍ରମିତ ହୋଇଥିଲା ବେଳେ କେବଳ ଜୁଲାଇରେ ୧୩ ଜଣ ମହିଳା ଏଚ୍ଆଇଭି ପିଜିଟିଭ୍ ମିଳିଛନ୍ତି । ରିପୋର୍ଟ ମିଳିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ବର୍ତ୍ତମାନ ସମସ୍ତ ଏଚ୍ଆଇଭି ସଂକ୍ରମିତ ମହିଳା ମେଡିକାଲ କଲେଜରେ ଥିବା ଏଆରଟି ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ଭଲ ରହିଛି । ତେବେ ସେମାନଙ୍କ ଠାରୁ ଜନ୍ମିତ ପିଲାମାନେ ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଉପରେ ନଜର ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking