28.1 C
Bhubaneswar
Saturday, October 19, 2024
Homeଓଡିଶାଲାଞ୍ଚନେବା ବେଳେ ପୋଲିସ ଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚନେବା ବେଳେ ପୋଲିସ ଏସଆଇଙ୍କୁ ଧରିଲା ଭିଜିଲାନ୍ସ

କୋରାପୁଟ: ଭିଜିଲାନ୍ସ ପଞ୍ଝାରେ ଆଉଜଣେ ପୋଲିସ ଅଧିକାରୀ । ଲାଞ୍ଚ ନେବାବେଳେ ଧରିଲା ଜୟପୁର ଭିଜିଲାନ୍ସ ବିଭାଗ । କୋରାପୁଟ ଜିଲ୍ଲା ଅମ୍ବାଗୁଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏସ୍‌ଆଇ ପ୍ରଶାନ୍ତ ମହାନ୍ତିଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗର ଚଢ଼ାଉ କରାଯାଇଛି । ପ୍ରଶାନ୍ତଙ୍କ ସରକାରୀ ବାସଭବନରୁ ୬ ଲକ୍ଷ ଟଙ୍କା ସହିତ ୧୬୦ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ । ଅଧିକ ତଦନ୍ତ ପାଇଁ ଜୟପୁର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking