28.1 C
Bhubaneswar
Saturday, September 28, 2024
Homeଓଡିଶାରାଜଧାନୀରେ ବେକବୁ ଡେଙ୍ଗୁ

ରାଜଧାନୀରେ ବେକବୁ ଡେଙ୍ଗୁ

ଭୁବନେଶ୍ୱର : ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଦୁଇ ସପ୍ତାହ ତଳେ ଦିନକୁ ହାରାହାରି ୩୦ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୫୦ ଛୁଇଁବାକୁ ବସିଛି । ସୋମବାର ୪୩, ମଙ୍ଗଳବାର ୪୬ ଓ ବୁଧବାର ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହିସାବକୁ ନେଲେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ରେ ପହଞ୍ଚିଛି ।

ସମଗ୍ର ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୦ପ୍ରତିଶତ କେବଳ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମସିର ସମସ୍ତ ପଦକ୍ଷେପ ବିଫଳ ହୋଇଛି । ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଥିବା ୧୦ଟି ବେଡକୁ ବର୍ତ୍ତମାନ ୭୦କୁ ବୃଦ୍ଧି କରାଯାଇଛି । ବିଏମସିର ସୂଚନା ମୁତାବକ, ନୂଆପଲ୍ଲୀ ପୂର୍ବରୁ ଡେଙ୍ଗୁ ହଟସ୍ପଟ୍ ରହିଛି । ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ନୂଆପଲ୍ଲୀରୁ ବର୍ତ୍ତମାନ ୬୮ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଲଗାଣ ବର୍ଷା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking