28.1 C
Bhubaneswar
Sunday, September 29, 2024
Homeଓଡିଶାଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ

ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ

ବ୍ୟୁରୋ : ଅଳ୍ପକେ ବର୍ତ୍ତିଲେ ନନ୍ଦନକାନନ ବୁଲି ଆସିଥିବା ପାଖାପାଖି ୩୦ ଜଣ ପର୍ଯ୍ୟଟକ । ବୁଧବାର ଅପରାହ୍ନରେ ବାଘ ସଫାରୀ ପାଇଁ ପର୍ଯ୍ୟଟକଙ୍କୁ  ନେଇ ଯାଉଥିବା ସଫାରୀ ବସ୍‌ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ହଠାତ ଏକ ଖାଲକୁ ଖସିଯାଇ ଝୁଲି ରହିଥିଲା। ଏହାପରେ  ବସ୍ ଭିତରେ ଫସିରହିଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡିଥିଲେ । ପାଖପାଖି ଅଧଘଣ୍ଟା ପରେ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇଥିଲା ।

ଖବର ମୁତାବକ,  ବୁଧବାର ଅପରାହ୍ନରେ ବାଘ ସଫାରୀ ପାଇଁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ସଫାରୀ ବସ୍ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ତେବେ ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ଗୋଟିଏ ଗାଡ଼ିରେ ଯାଇ ଦୁଇଟି ବାଘଙ୍କୁ କାବୁ କରି ଖୁଆଡ ଭିତରକୁ ଛାଡ଼ିବା ପରେ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରିଥିଲେ । ପୂର୍ବରୁ ମଧ୍ୟ ଏହିପରି ସିଂହ ସଫାରୀ ବସ୍‌ ଫସିଥିବା ବେଳେ ଏବେ ବାଘ ସଫାରୀରେ ମଧ୍ୟ ଏପରି ଘଟଣା ଘଟିଛି। ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ କାହିଁକି ଡ଼୍ରାଇଭର ଅଥବା ନନ୍ଦନକାନନ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking