ହଲଦ୍ବାନି: ଉତ୍ତରପ୍ରଦେଶର ହଲଦ୍ବାନିରେ ପୁଲିସ୍ ଜଣେ ମହିଳାଙ୍କୁ ଚୋରି ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତା ମହିଳା ଜଣେ ଡାକ୍ତର ଦମ୍ପତିଙ୍କ ଘରେ ଚାକିରି କରୁଥିଲେ। ଦମ୍ପତି ୨୦୧୯ ମସିହାରେ ମହିଳାଙ୍କୁ ଘର କାମ କରିବାକୁ ରଖିଥିଲେ। ଗୃହ ସହାୟିକା ଜଣକ ୨୦୨୨ ମସିହାରୁ ଦମ୍ପତିଙ୍କ ଘରୁ ଚୋରି କରିବା ଆରମ୍ଭ କରି ଦେଇଥିଲେ।
ପୂର୍ବରୁ କମ୍ ଟଙ୍କା ଚୋରି କରୁଥିବାରୁ କେବେ ଦମ୍ପତିଙ୍କ ଦୃଷ୍ଟିକୁ ଆସିନଥିଲେ। ହେଲେ ଚଳିତ ମାସ ଦମ୍ପତି ନିଜ ଆଲମାରିରେ ୧୧ ଲକ୍ଷ ଟଙ୍କା ରଖିଥିଲେ। ଟଙ୍କା ରଖିବାର ଦୁଇ ଦିନ ପରେ ଦେଖିବାରୁ ସେଥିରୁ ୫ ଲକ୍ଷ ଟଙ୍କା କମ୍ ଥିଲା। ତାପରେ ସେ କ୍ୟାମେରା ସାହାଯ୍ୟରେ ଗୃହ ସହାୟିକାଙ୍କୁ ଚୋରି କରୁଥିବାର ଦେଖିବାକୁ ପାଇଥିଲେ। ଦମ୍ପତି ସତ ଜାଣିବା ପରେ ପୁଲିସ୍ରେ ଖବର ଦେଇଛନ୍ତି। ପୁଲିସ୍ ଏବେ ଘଟଣାର ତଦନ୍ତ କରୁଛି। ଉଭୟ ପତି-ପତ୍ନୀ ବୃତ୍ତିରେ ଡାକ୍ତର। ସହରର ଏକ ଘରୋଇ ହସ୍ପିଟାଲ୍ରେ ଉଭୟ କାର୍ଯ୍ୟରତ। ତାଙ୍କ ଘର ନୈନିତାଲ୍ ରୋଡ୍ରେ। ୨୦୧୯ ମସିହାରେ ସେମାନେ ମଧୁ ନାମ୍ନୀ ଜଣଙ୍କୁ ସେମାନଙ୍କ ଘର କାମ କରିବାକୁ ରଖିଥିଲେ। ମଧୁଙ୍କୁ ଏହି ଡାକ୍ତର ଦମ୍ପତି ମାସିକ ବେତନ ୪୫୦୦ ଟଙ୍କା ଦେଉଥିଲେ।