ଓସାକ: ଏଠାରେ ଚାଲିଥିବା ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଶନିବାର ଭାରତର ଅଭିଯାନ ଶେଷ ହୋଇଛି । ଯୁବ ଖେଳାଳି ଲକ୍ଷ୍ୟ ସେନ୍ ସେମିଫାଇନାଲ୍ରେ ବିଶ୍ୱର ୯ ନମ୍ବର ଖେଳାଳି ତଥା ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜୋନାଟନ୍ କ୍ରିଷ୍ଟିଙ୍କଠାରୁ ୧୫-୨୧, ୨୧-୧୩, ୧୬-୨୧ରେ ପରାଜୟ ବରଣ କରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
୨୧ ବର୍ଷୀୟ ଲକ୍ଷ୍ୟ ପ୍ରଥମ ଗେମ୍ରେ ପରାସ୍ତ ହେବା ପରେ ଦ୍ୱିତୀୟ ଗେମ୍ରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଅନ୍ତିମ ଗେମ୍ରେ ନିଜର ଲୟ ବଜାୟ ରଖି ନ ପାରିବାରୁ ଲକ୍ଷ୍ୟଙ୍କୁ ବିଦାୟ ପଥ ଦେଖିବାକୁ ପଡ଼ିଛି । ଏଥିସହ ଲକ୍ଷ୍ୟଙ୍କ ବିପକ୍ଷରେ ଇଣ୍ଡୋନେସୀୟ ପ୍ରତିଯୋଗୀ କ୍ରିଷ୍ଟି ତୃତୀୟ ମ୍ୟାଚ୍ରେ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି ।