27.1 C
Bhubaneswar
Friday, September 20, 2024
Homeଓଡିଶାସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ; ୬ ନକ୍ସଲ ମୃତାହତ ସୂଚନା

ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ; ୬ ନକ୍ସଲ ମୃତାହତ ସୂଚନା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରବଣ ସୁକମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପ୍ରବଳ ଗୁଳି ବିନିମୟରେ ପ୍ରାୟ ୬ ଜଣ ହାର୍ଡକୋର ମାଓବାଦୀ ମୃତାହତ ହୋଇଛନ୍ତି ବୋଲି ପ୍ରଶାସନ କହିଛି । ତେବେ ଏଯାଏ କୌଣସି ନକ୍ସଲଙ୍କ ମୃତଦେ ମିଳିନାହିଁ । ସେହିପରି ସୁରକ୍ଷିତ ଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ କିମ୍ବା ଆହତ ହୋଇଥିବା ସେମାନଙ୍କ ସାଥୀଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଛୋଟେକେଡୱାଲ ଗାଁ ନିକଟରେ ଥିବା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ଅପରେସନ ବେଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ରାଜ୍ୟ ପୁଲିସ୍‌ର ଡିଆରଜି ଓ ସିଆରପିଏଫର କୋବ୍ରା ବାହିନୀର ଯବାନମାନେ ଏହି ଅପରେସନରେ ସାମିଲ ଥିଲେ ।

ଜଙ୍ଗଲରେ କିସ୍ତାରାମ ଏରିଆ କମିଟି ମୁଖ୍ୟ ଓ ଡିଭିଜନାଲ କମିଟି ସଦସ୍ୟ ରାଜୁ, ପ୍ଲାଟୁନ ନମ୍ବର ୮ ମାସାର ଇନଚାର୍ଜ ସହ ୩୦ରୁ ୩୫ ଜଣ ମାଓବାଦୀ ଉପସ୍ଥିତ ଥିବା ସୂଚନା ମିଳିଥିଲା । ଏମାନେ ସମସ୍ତେ ସହିଦ ସପ୍ତାହ ପାଳନ ପାଇଁ ପ୍ରସ୍ତୁତ ହେଉଥିଲେ । ଏହି ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଓବାଦୀ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଜଙ୍ଗଲ ମଧ୍ୟରେ ସୁରକ୍ଷାକର୍ମୀମାନେ ଆଗକୁ ବଢ଼ୁଥିବା ବେଳେ ନକ୍ସଲମାନଙ୍କ ମଧ୍ୟରୁ ଗୁଳି ମାଡ଼ କରାଯାଇଥିଲା । ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀ ଦେଇଥିଲେ । ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ୪ରୁ ୬ ଜଣ ମାଓବାଦୀ ମୃତାହତ ହୋଇଛନ୍ତି । ଏବେ ବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ଅଧିକାରୀ ଜଣଙ୍କ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking