28.1 C
Bhubaneswar
Thursday, September 19, 2024
Homeଓଡିଶାଆଜିଠୁ ୨ ଯାଏ ପ୍ରବଳ ବର୍ଷିବ!

ଆଜିଠୁ ୨ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର: ବଙ୍ଗୋପ ସାଗରର ଉତ୍ତର ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ୨ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି । ଏହି ଘୂର୍ଣ୍ଣିବଳୟଟି ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜିଠୁ ରାଜ୍ୟର ମୟୂରଭଞ୍ଜ, ଯାଜପୁର, ବଲାଙ୍ଗିର ଓ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩୦ ତାରିଖରେ ଝାରସୁଗୁଡ଼ା,ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର,ବଲାଙ୍ଗିର, ସୋନପୁର, ଅନୁଗୋଳ ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୩୧ ସୁଦ୍ଧା ରାଜ୍ୟର କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଭଦ୍ରକ, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼, ବାଲେଶ୍ୱର, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଓ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ଏପରି ସ୍ଥିତି ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସପଟେ ମୁଣ୍ଡଳୀରେ ପହଞ୍ଚିଛି ହୀରାକୁଦର ବନ୍ୟାଜଳ । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀ ତଳମୁଣ୍ଡକୁ ସେକେଣ୍ଡ ପ୍ରତି ୯୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମରେ ୧୨ଟି ଗେଟ୍ ଦେଇ ଜଲ ନିଷ୍କାସନ ହେଉଛି । ଶନିବାର ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ପାଗ କୋହଲା ରହିଥିବା ବେଳେ ୧୨ଟି ଜିଲ୍ଲାରେ ୧୦ମିମି ତଳକୁ ବର୍ଷା ହୋଇଥିବା ଜଣାପଡିଛି । ସେଥିରୁ ଯାଜପୁରରେ ସର୍ବାଧିକ ୮ମିମି ବର୍ଷା ହୋଇଥିବା ବେଳେ ରାଉରକେଲାରେ ୭.୭ମିମି, କୋରାପୁଟରେ ୭ମିମି ବର୍ଷା ରେକର୍ଡ କରାଯାଇଛି।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । କେତେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇଯାଇଛି । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଗରଡମା ପଞ୍ଚାୟତ ନିମ୍ବାଡ଼ ଗାଁ ନିକଟରେ ଲଗାଣ ବର୍ଷା ଯୋଗୁ ହରଭଙ୍ଗି ନଦୀ ଉପରେ ନିର୍ମିତ ଅସ୍ଥାୟୀ କାଠ ପୋଲ ଭାସିଯାଇଛି । ଫଳରେ ବାହ୍ୟ ୩ ଖଣ୍ଡ ଗାଁ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହି ପୋଲ ଉପରେ ନିମ୍ବାଡ ଗାଁ ସମେତ ମାତାକୁପା ଓ ନାପକେଜୁ ଗ୍ରାମବାସୀ ନିର୍ଭର କରୁଥିଲେ । ଲଗାଣ ବର୍ଷା ଯୋଗୁ ହରଭଙ୍ଗି ନଦୀର ଜଳ ସ୍ତର ବୃଦ୍ଧି ପାଇବା ଫଳରେ ଏହି ଅସ୍ଥାୟୀ କାଠ ପୋଲ ଭାସି ଯାଇଥିଲା । ଫଳରେ ଏବେ ୩ ଖଣ୍ଡ ଗାଁକୁ ଯୋଗାଯୋଗବିଚ୍ଛିନ୍ନ ହୋଇ ଯାଇଛି ।

ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବହୁବାର ସରକାର ତଥା ପ୍ରଶାସନ ନିକଟରେ ଦାବି କରି ଆସୁଥିବା ବେଳେ ଆଜି ଯାଏଁ ପୋଲଟିଏ ନିର୍ମାଣ ହୋଇ ପାରି ନାହିଁ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ୧୫ ଗାଁ ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । କଣ୍ଟାମାଳ, ସିଗାଡ଼ି, ସୁରକଣା, କନପା, ବାରପୁଟୁଳି, ଆଦିସିଂ ଓ ସଗଡ଼ା ପ୍ରଭୃତି ଗାଁ ଗୁଡ଼ିକ ଜଳଘେରରେ ରହିଛି । ସେହପରି ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସାବରୀ ଓ ଗୋଦାବରୀ ନଦୀର ଜଳସ୍ତର ବଢୁଥିବାରୁ ମୋଟୁ ସୀମାନ୍ତ ରାଞ୍ଚି ବିଜୟୱାଡ଼ାକୁ ଯାତାୟତ ଠପ୍ ହୋଇଯାଇଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଶତାଧିକ ଗାଡ଼ି ଅଟକି ରହିଛି । ମୋଟୁର କୁଇଗୁର ବ୍ରିଜ ଉପରେ ୫ ଫୁଟ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଶହ ଶହ ଗାଡ଼ି ଉଭୟ ପଟେ ଅଟକି ରହିଛି । ମାଲକାନଗିରିରୁ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking