19.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ

ମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ

ମଣିପୁର: ମଣିପୁରରେ ୨ମାସରୁ ଅଧିକ ସମୟ ଧରି ଜାରି ରହିଛି ଜାତିବାଦ ହିଂସା । ଏହାରି ମଧ୍ୟରେ ଏକ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବାର ଭିଡିଓ ଭାଇରାଲ ହେବା ପରେ ହିଂସା ଉପରେ ଭାରି ପଡୁଛି ରାଜନୀତି । ସଂସଦରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ତରଫରୁ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ହଟ୍ଟଗୋଳ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ସଂସଦ ବାହାରେ ବୟାନ ଦେଇ ଘଟଣାକୁ ନିନ୍ଦା କରିଛନ୍ତି । ଏସବୁ ଭିତରେ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କର ଏକ ଟିମ୍ ୨୯-୩୦ ଦୁଇଦିନିଆ ମଣିପୁର ଗସ୍ତରେ ଯିବେ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରି ହିଂସା ପୀଡିତ ଲୋକଙ୍କୁ ଭେଟିଥିଲେ ।
ସେପଟେ ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କ ଶତଚେଷ୍ଟା ପରେ ବି ମଣିପୁରରେ ହିଂସା ଥମିବାର ନା ନେଉନି । ଥୋରବଂଗ ଓ କାଙ୍ଗବେ ଠାରେ ଗୁରୁବାର ସକାଳୁ ଗୁଳି ବିନିମୟ ଜାରି ରହିଛି । ଏହି ଦୁଇଟି ସ୍ଥାନରେ ମୈତେୟୀ ଓ କୁକୀ ସଂପ୍ରଦାୟର ଲୋକେ ସାମ୍ନା ସାମ୍ନି ହୋଇଛନ୍ତି ।
ଅନ୍ୟପଟେ ମଣିପୁର ହିଂସାକୁ ନେଇ ମିଜୋରାମରେ କୁକୀ ସମୁଦାୟଙ୍କ ସମର୍ଥନରେ ହୋଇଥିବା ରାଲିକୁ ନାପସନ୍ଦ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ । ଏହି ରାଲିରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମଧ୍ୟ ଭାଗ ନେଇଥିଲେ । ବିରେନ୍ ସିଂ କହିଛନ୍ତି କି ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ରାଜ୍ୟର ଅନ୍ତରୀଣ ମାମଲା ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ।
ଏସବୁ ଭିତରେ ହିଂସା ଯୋଗୁଁ ୧୩ ହଜାରରୁ ଅଧିକ କୁକୀ-ଜୋମୀ ସଂପ୍ରଦାୟର ଲୋକ ମଣିପୁର ଛାଡି ମିଜୋରମ ପଳାଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking