19.1 C
Bhubaneswar
Sunday, November 24, 2024
Homeଖେଳକଲମ୍ବୋ ଟେଷ୍ଟ୍‌: ଅବ୍‌ଦୁଲ୍ଲାହ ଶଫିକ୍‌ଙ୍କ ଦ୍ୱିଶତକ; ପାକିସ୍ତାନ ୩୯୭ ରନ୍‌ରେ ଆଗୁଆ

କଲମ୍ବୋ ଟେଷ୍ଟ୍‌: ଅବ୍‌ଦୁଲ୍ଲାହ ଶଫିକ୍‌ଙ୍କ ଦ୍ୱିଶତକ; ପାକିସ୍ତାନ ୩୯୭ ରନ୍‌ରେ ଆଗୁଆ

କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ କଲମ୍ବୋରେ ଖେଳାଯାଉଛି । ମ୍ୟାଚ୍‌ର ତୃତୀୟ ୧୪୫/୨ ସ୍କୋର୍‌ରୁ ଖେଳ ଆରମ୍ଭ କରିଥିବା ପାକିସ୍ତାନ ଷ୍ଟମ୍ପ୍‌ସ ବେଳକୁ ପ୍ରଥମ ଇନିଂସ୍‌ରେ ୫ ୱିକେଟ୍ ବିନିମୟରେ ୫୬୩ ରନ୍ କରିଛି । ଆଗା ସଲ୍‌ମାନ୍ ୧୩୨ ଏବଂ ମହମ୍ମଦ ରିଜ୍‌ୱାନ୍ ୩୭ ରନ୍‌ରେ ଅପରାଜିତ ରହିଛନ୍ତି । ଶ୍ରୀଲଙ୍କା ପ୍ରଥମ ଦିନ ପ୍ରଥମ ଇନିଂସ୍‌ରେ ୧୬୬ ରନ୍ କରିଥିଲା । ଫଳରେ ପାକିସ୍ତାନ ୩୯୭ ରନ୍‌ରେ ଆଗୁଆ ରହିଛି । ତୃତୀୟ ଦିନ ପାକିସ୍ତାନର ଅବ୍‌ଦୁଲ୍ଲାହ ଶଫିକ୍ ଦ୍ୱିଶତକ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ଅସମାପ୍ତ ପାକିସ୍ତାନ ଇନିଂସ୍‌କୁ ଅବ୍‌ଦୁଲ୍ଲାହ ଓ ବାବର୍ ଆଜମ୍ ୧୪୫/୨ରୁ ଆଗକୁ ବଢ଼ାଇଥିଲେ । ବାବର୍ ୩୯ ରନ୍ କରି ପ୍ରଭାତ ଜୟସୂର୍ଯ୍ୟାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ ।

ଏହାପରେ ଆସିଥିବା ସାଉଦ୍ ସାକିଲ୍ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ସର୍ଫରାଜ ଅହମ୍ମଦ କଙ୍କସନ୍ କାରଣରୁ ୧୪ ରନ୍‌ରେ ରିଟାୟର୍ଡ ହୋଇଥିଲେ । ତାଙ୍କ ସ୍ଥାନରେ ମହମ୍ମଦ ରିଜ୍‌ୱାନ୍ ବ୍ୟାଟିଂ ପାଇଁ ଆସିଥିଲେ । ପ୍ରଥମ ଥର ପାଇଁ ପାକିସ୍ତାନ ଟେଷ୍ଟ୍ କ୍ରିକେଟ୍‌ରେ କଙ୍କସନ୍ ବିକଳ୍ପର ଉପଯୋଗ କରିଥିଲା । ତୃତୀୟ ସେସନ୍‌ର ପ୍ରଥମ ବଲ୍‌ଟି ସର୍ଫରାଜ୍‌ଙ୍କ ମୁଣ୍ଡ ପଛପଟେ ବାଜିଥିଲା । ଅସିଥା ଫର୍ଣ୍ଣାଣ୍ଡୋଙ୍କ ଏହି ବଲ୍‌ଟି ବାଉନ୍ସର୍ ଥିଲା । ଶଫିକ୍ ୨୦୧ ରନ୍ କରିଥିବା ବେଳେ ଜୟସୂର୍ଯ୍ୟାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ତାଙ୍କର ଏହି ଦ୍ୱିଶତକୀୟ ଇନିଂସ୍ ୩୨୬ ବଲ୍‌ରୁ ୧୯ ଚୌକା ଓ ୪ ଛକା ସହାୟତାରେ ହୋଇଥିଲା । ଆଗା ସଲ୍‌ମାନ୍ ୧୩୨ ଏବଂ ମହମ୍ମଦ ରିଜ୍‌ୱାନ୍ ୩୭ ରନ୍ କରି ଅପରାଜିତ ରହିଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ଣ୍ଣାଣ୍ଡୋ ୩ଟି ଏବଂ ପ୍ରଭାତ ଜୟସୂର୍ଯ୍ୟା ୨ଟି ୱିକେଟ୍ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking