ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ଏକ ଅଦାଲତ ବୁଧବାର କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କୁ ସମନ୍ ଜାରି କରିଛନ୍ତି । ଅଗଷ୍ଟ ୫ରେ ବ୍ୟକ୍ତିଗତଭାବେ ହାଜର ହେବାକୁ ଟାଇଟଲରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ସିବିଆଇ ପକ୍ଷରୁ ମେ’ ୨୦ରେ ଟାଇଟଲରଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିିବାପରେ ୧୯୮୪ ନଭେମ୍ବର ୧ରେ ଦିଲ୍ଲୀର ପୁଲ୍ ବଙ୍ଗ୍ସ ଅଞ୍ଚଳରେ ଗୋଟିଏ ଗୁରୁଦ୍ୱାରରେ ନିଆଁ ଲଗାଇ ଦିଆଯାଇଥିବାବେଳେ ୩ ଜଣ ଶିଖ୍ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଟାଇଟଲରଙ୍କ ନିର୍ଦ୍ଦେଶକ୍ରମେ ଦୁର୍ବୃତ୍ତମାନେ ଉକ୍ତ ଗୁରୁଦ୍ୱାରକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି ।