କଳାହାଣ୍ଡି: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । କୃ୍ଷ୍ଣଚନ୍ଦ୍ରଙ୍କ ବାସଭବନ, ସରକାରୀ କାର୍ୟ୍ୟାଳୟରେ କଳାହାଣ୍ଡି ଓ କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଛି । ରେଡ୍ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଏବଂ ପୁଳା ପୁଳା ଟଙ୍କା ଭିଜିଲାନ୍ସ ଜବତ କରିଛି ।