ଭୁବନେଶ୍ୱର – ମଣିପୁରରେ ଘଟିଚାଲିଥିବା ହିଂସା, ଲଜ୍ଜା ଓ ବର୍ବରତାର ପ୍ରତିବାଦରେ ଜୁଲାଇ ୨୫ ଦେଶବ୍ୟାପୀ ସଂହତି
ଦିବସ ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରରେ ସିପିଆଇ ପକ୍ଷରୁ ମଣିପୁର ସଂହତି ଦିବସ ପାଳନ କରାଯାଇଛି ।
ଆଜି ପୂର୍ବାହ୍ନରେ ସିପିଆଇର ନେତା ଓ କର୍ମୀମାନେ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ
ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରାକାରୀମାନେ ରାଜମହଲ ଛକ ପରିକ୍ରମା ପୂର୍ବକ ମାଷ୍ଟରକ୍ୟାଌକ୍ଷଗ୍ଧ;ିନଠାରେ
ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସେଠାରେ ସୁର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଂହତି ଦିବସରେ ସିପିଆଇର ରାଜ୍ୟ ସମ୍ପାଦକ ଅଭୟ
ସାହୁ ଓ ଜାତୀୟ ପରିଷଦ ସଭ୍ୟ କ୍ଷୀରୋଦ ସିଂହଦେଓ ଉଦ୍ବୋଧନ ଦେଇ କହିଲେ- ୩ ମାସ ଧରି ମଣିପୁର
ଜଳୁଛି । ସମଗ୍ର ମଣିପୁରରେ ଯେଉଁ ହିଂସା, ଲଜ୍ଜା ଓ ବର୍ବରତା ଘଟିଚାଲିଛି ତାହା ଅତ୍ୟନ୍ତ ଭୟାବହ ଏବଂ ସେସବୁକୁ
ଦେଖି ସମଗ୍ର ଭାରତବର୍ଷ ଓ ବିଶ୍ୱ ଶିହରି ଉଠୁଛି । ଲକ୍ଷାଧିକ ନରନାରୀ ରିଲିଫ କ୍ୟାମ୍ପରେ । ଏହାକୁ ମୁକାବିଲା
କରିବାରେ ବିଜେପିର ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ମଣିପୁର ଜଳୁଥିବାବେଳେ ପ୍ରଧାନମନ୍ତ୍ରୀ
ମଣିପୁର ଗସ୍ତ ନ କରି ବିଦେଶ ଗସ୍ତ କରିଛନ୍ତି । ମଣିପୁର ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ । ଏଣୁ ମଣିପୁର
ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ସହିତ ସେଠାରେ ଶାନ୍ତି ଫେରାଇ ଆଣିବା ଓ ରିଲିଫ କ୍ୟାମ୍ପରେ ଥିବା ଲକ୍ଷାଧିକ
ନରନାରୀଙ୍କ ଥଇଥାନ ଜରୁରୀ । ମଣିପୁରର ଅବସ୍ଥା ସ୍ୱଚକ୍ଷୁରେ ଦେଖିବା ସହିତ ତଥ୍ୟ ସଂଗ୍ରହ ଓ ରାଜ୍ୟବାସୀଙ୍କ ପ୍ରତି
ସମବେଦନା ପ୍ରକାଶ ପାଇଁ ମଣିପୁର ଗସ୍ତ କରିଥିବା ଭାରତୀୟ ମହିଳା ଫେଡ଼େରେସନର ସାଧାରଣ ସମ୍ପାଦିକା ଆନ୍ନି
ରାଜା ଓ ଅନ୍ୟ ନେତ୍ରୀଙ୍କ ବିରୁଦ୍ଧରେ ଯେଉଁ ଦେଶଦ୍ରୋହ ମକଦ୍ଦମା କରାଯାଇଛି, ତାହା ପ୍ରତ୍ୟାହାର କରିବା ସହିତ
ରାଷ୍ଟ୍ରପତି ସମଗ୍ର ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ପାଇକରାୟ, ବିଜୟ ମହାନ୍ତି, ପ୍ରମୋଦିନୀ ପାଇକରାୟ, ସତୀଶ ମିଶ୍ର, ସଂଘମିତ୍ରା
ଜେନା, ନୃସିଂହ ବେହେରା, ଶଙ୍କର ବାରିକ, କୈଳାସ ପୁହାଣ, ସର୍ବେଶ୍ୱର ମାର୍ଥା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ
ନେଇଥିଲେ ।