28.1 C
Bhubaneswar
Friday, September 20, 2024
Homeଓଡିଶାତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ବନ୍ଧା ହେଲେ ଯୁବକ 

ତିନିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ବନ୍ଧା ହେଲେ ଯୁବକ 

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯାହାକି ୩ ବର୍ଷର ଶିଶୁକନ୍ୟାକୁ ଜଣେ 20 ବର୍ଷର ଯୁବକ ଦୁଷ୍କର୍ମ ଉଦ୍ୟମ କରି କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ତେବେ ଠାକୁରମୁଣ୍ଡା ଥାନାରେ ଶିଶୁ କନ୍ୟାର ବାପା କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୁନ୍ ମୁର୍ମୁଙ୍କ ଘରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତର ମାରାଣଡିହି ଗ୍ରାମର କେରସେକ ବୁଡିଉଲି ବୟସ ୨୦ ଗାଈ ଜଗୁଆଳି କାମ କରୁଥିଲା। ଶୁକ୍ରବାର ଅପରାହ୍ନ ପ୍ରାୟ ୩ ଟା ବେଳେ ୩ ବର୍ଷର ଶିଶୁକନ୍ୟାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବାକୁ ପାଖରେ ଥିବା ଜଙ୍ଗଲକୁ ନେଇଯାଇଥିଲା। ସେହି ସମୟରେ ଶିଶୁକନ୍ୟା କାନ୍ଦିବା ଆରମ୍ଭ କରିଦେଇଥିଲା। ଶିଶୁ କନ୍ୟାର କାନ୍ଦ ଶୁଣି ପାଖ ବିଲରେ ଚାଷକାମ କରୁଥିବା କିଛି ଲୋକ ଜଙ୍ଗଲ ଭିତରକୁ ଯାଇଥିଲେ। ଲୋକଙ୍କୁ ଦେଖି ଶିଶୁକନ୍ୟାକୁ ଛାଡି କେରସେକ ଦୈାଡି ପଳାଇଯାଇଥିଲା। ଖବରପାଇ ଶିଶୁକନ୍ୟାର ବାପା ଜଙ୍ଗଲରୁ ତାକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଶିଶୁ କନ୍ୟାର ବାପା କିସୁନ ମୁର୍ମୁଙ୍କୁ ଘଟଣା ବିଷୟରେ ଜଣାଇବା ପରେ କେରସେକ ଗ୍ରାମରେ କେଉଁଆଡେ ଲୁଚି ରହିଥିଲା। ଶନିବାର କେରସେକ ଗ୍ରାମରୁ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ଶିଶୁ କନ୍ୟାର ପରିବାର ହାତରେ ଧରାପଡି ଯାଇଥିଲା। ଶିଶୁକନ୍ୟାର ବାପା ଦୁଷ୍କର୍ମ ଉଦ୍ୟମକାରୀ କେରସେକକୁ ଧରି ଠାକୁରମୁଣ୍ଡା ଥାନାରେ ଜିମା ଦେବା ସହ ତା ବିରୋଧରେ ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରିଥିବାନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଅଧିକାରଣୀ ରଞ୍ଜୁ ହାସିନି କୁଲୁ ୭୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ କେରସେକକୁ ଗିରଫ କରି ବିଭିନ୍ନ ଦଫା ସହ ପୋକଶୋ ଆକ୍ଟରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking