26.1 C
Bhubaneswar
Friday, September 20, 2024
Homeଓଡିଶାସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ଯାଞ୍ଚ ହେବ ସମସ୍ତ ଶିକ୍ଷାନୁଷ୍ଠାନ...

ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ : ଯାଞ୍ଚ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଭିତ୍ତିଭୂମି

କେନ୍ଦୁଝର: କେନ୍ଦୁଝରରେ ୭ଦିନ ମଧ୍ୟରେ ସାପ କାମୁଡାରେ ୪ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ । ପ୍ରତି ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ୍ । ୨ଟି ଭିନ୍ନ ଭିନ୍ନ ଘଟଣାରେ ୪ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଓ ୨ଜଣ ଗୁରୁତର ହୋଇଛନ୍ତି । ଆଗକୁ ଏପରି ଘଟଣା ରୋକିବା ପାଇଁ ସଜାଗ ହୋଇଛି ପ୍ରଶାସନ ।
ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହ ଆବାସିକ ସ୍କୁଲ, ହଷ୍ଟେଲ ଓ କୋଚିଂ ସେଣ୍ଟରରେ ଭିତ୍ତିଭୂମି ଯାଞ୍ଚ ହେବ । ଏଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପ୍ରତି ବ୍ଲକରେ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଅନ୍ୟାନ୍ୟ ଶିକ୍ଷାଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking