25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶସତ୍ୟେନ୍ଦ୍ରଙ୍କ ଜାମିନ ମିଆଦ ଆଉ ୫ ସପ୍ତାହ ବୃଦ୍ଧି

ସତ୍ୟେନ୍ଦ୍ରଙ୍କ ଜାମିନ ମିଆଦ ଆଉ ୫ ସପ୍ତାହ ବୃଦ୍ଧି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ମିଆଦକୁ ଆଉ ୫ ସପ୍ତାହ ବୃଦ୍ଧି କରାଯାଇଛି । ଜୁଲାଇ ୨୧ରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡରେ ଅସ୍ର୍ତ୍ରୋପଚାର କରାଯାଇଛି । ତେଣୁ ସୁସ୍ଥ ହେବାକୁ କିଛି ଦିନ ଲାଗିବ ବୋଲି ଡାକ୍ତର କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜାମିନ ମିଆଦ ବୃଦ୍ଧି କରିବାକୁ ସତ୍ୟେନ୍ଦ୍ରଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ ।

ଜଷ୍ଟିସ ଏ.ଏସ.ବୋପନନ୍ନା ଓ ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରି ଏହି ରାୟ ଦେଇଛନ୍ତି । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୦୨୨ ମେ’ ୩୦ରେ ସତ୍ୟେନ୍ଦ୍ରଙ୍କୁ ଗିରଫ କରିଥିଲା । ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବାପରେ ସତ୍ୟେନ୍ଦ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମେ’ ୨୬ରେ ୬ ସପ୍ତାହ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ଜୁଲାଇ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking