25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶସାଂସଦ ଅଫ୍‌ଜଲ ଆନ୍‌ସାରୀଙ୍କୁ ହାଇକୋର୍ଟରେ ଜାମିନ

ସାଂସଦ ଅଫ୍‌ଜଲ ଆନ୍‌ସାରୀଙ୍କୁ ହାଇକୋର୍ଟରେ ଜାମିନ

ନୂଆଦିଲ୍ଲୀ : ଅପହରଣ ଏବଂ ହତ୍ୟାମାମଲାରେ ଦୋଷୀସାବ୍ୟସ୍ତ ହୋଇ କାରାଦଣ୍ଡାଦେଶ ଭୋଗୁଥିବା ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଆନ୍‌ସାରୀଙ୍କୁ ଆହ୍ଲାବାଦ ହାଇକୋର୍ଟରେ ଜାମିନ ମିଳିଛି । ତେବେ ତାଙ୍କର ଜେଲ୍ ଦଣ୍ଡାଦେଶକୁ ନେଇ ହାଇକୋର୍ଟ କୌଣସି ରିହାତି ପ୍ରଦାନ କରିନାହାନ୍ତି । ଉତ୍ତର ପ୍ରଦେଶର ଗାଜିପୁରର ଏକ ଅଦାଲତ ଚଳିତବର୍ଷ ମେ’ରେ ଅଫଜଲଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ସେତେବେଳେ ତାଙ୍କର ଲୋକସଭା ସାଂସଦ ପଦ ରଦ୍ଦ କରାଯାଇଥିଲା ।

ଏମ୍‌ପି/ଏମଏଲଏ କୋର୍ଟ ଗତ ଶନିବାର ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ୨୦୦୫ ନଭେମ୍ବର ୨୯ରେ ଗାଜିପୁରର ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା ଏବଂ ବାରାଣସୀର ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗ୍‌ଟାଙ୍କୁ ଅପହରଣ ମାମଲାରେ ଅଫଜଲ ଦୋଷୀସାବ୍ୟସ୍ତ ହୋଇଛନ୍ତି । ଏହି ଘଟଣାରେ ଅଫ୍‌ଜଲଙ୍କ ଭାଇ ମୁକ୍ତାର ଆନ୍‌ସାରୀ ମଧ୍ୟ ଦୋଷୀସାବ୍ୟସ୍ତ ହୋଇ ୨୦୦୬ରୁ ଜେଲ୍‌ରେ ରହିଛନ୍ତି । ଅଫ୍‌ଜଲ ମଧ୍ୟ ପୂର୍ବରୁ ଏକାଧିକ ଅପରାଧରେ ଦୋଷୀସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking