25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଇଣ୍ଡିଗୋ ବିମାନରେ ପରମବୀର ଚକ୍ର ବିଜେତା ସମ୍ବର୍ଦ୍ଧିତ

ଇଣ୍ଡିଗୋ ବିମାନରେ ପରମବୀର ଚକ୍ର ବିଜେତା ସମ୍ବର୍ଦ୍ଧିତ

ନୂଆଦିଲ୍ଲୀ: ବିମାନଯାତ୍ରା କରୁଥିବାବେଳେ ଜଣେ ସ୍ଥଳସେନାର ଜଣେ ପରମବୀର ଚକ୍ର ବିଜେତାଙ୍କୁ ବିମାନ କ୍ରିଉଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ୧୯୯୯ କାର୍ଗିଲ ଯୁଦ୍ଧରେ ଅସାଧାରଣ ସାହସିକତା ପ୍ରଦର୍ଶନ କରି ସର୍ବୋଚ୍ଚ ସାମରିକ ସମ୍ମାନ ‘ପରମବୀର ଚକ୍ର’ ଉପାଧିଲାଭ କରିଥିବା ସୁବେଦାର ମେଜର ସଞ୍ଜୟ କୁମାର ରବିବାର ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ପୁଣେ ଯାତ୍ରା କରୁଥିଲେ ।

ତେବେ ବିମାନରେ ଜଣେ ପରମବୀର ଚକ୍ର ବିଜେତା ଯାତ୍ରା କରୁଥିବା ଜଣାପଡିବାପରେ ବିମାନର କ୍ୟାପଟେନ ଉଡାଣ ପୂର୍ବରୁ ପ୍ୟାସେଞ୍ଜର କ୍ୟାବିନରେ ଛିଡା ହୋଇ ଉପସ୍ଥିତ ଯାତ୍ରୀଙ୍କୁ ସଞ୍ଜୟଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ଗହଣରେ ଏଭଳି ଜଣେ ଯୋଦ୍ଧା ଓ ଦେଶପ୍ରେମୀଙ୍କୁ ପାଇ ଆମେ ଓ ଆମ କମ୍ପାନୀ ଗର୍ବିତ ବୋଲି କ୍ୟାପଟେନ ମାଇକ୍‌ରେ ଘୋଷଣା କରିଥିଲେ । କ୍ୟାପଟେନ୍‌ଙ୍କଠାରୁ ଏହି ସୂଚନା ପାଇବାମାତ୍ରେ ବିମାନରେ ଥିବା ସବୁ ଯାତ୍ରୀ ପ୍ରବଳ କରତାଳି ଦେଇ ସଞ୍ଜୟଙ୍କୁ ଅଭିନନ୍ଦନ ଜଣାଇଥିଲେ । କ୍ରିଉଙ୍କ ପକ୍ଷରୁ ସଞ୍ଜୟଙ୍କୁ ଏକ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking