32.1 C
Bhubaneswar
Saturday, October 19, 2024
Homeଅପରାଧଓଟିପି ସେୟାରିଂ ମାମଲା; ଏସ୍‌ଟିଏଫ୍ ହାତରେ ମୋବାଇଲ୍ ଯାଞ୍ଚ ରିପୋର୍ଟ

ଓଟିପି ସେୟାରିଂ ମାମଲା; ଏସ୍‌ଟିଏଫ୍ ହାତରେ ମୋବାଇଲ୍ ଯାଞ୍ଚ ରିପୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଟିପି ସେୟାରିଂ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମୋବାଇଲ ଯାଞ୍ଚ ରିପୋର୍ଟ ଆସିଛି । ଏହି ମାମଲାର ତଦନ୍ତକାରୀ ସଂସ୍ଥା ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌କୁ ନ୍ୟାସନାଲ ଫରେନ୍‌ିକ୍ ଲ୍ୟାବ୍ ହାଇଦ୍ରାବାଦ୍ ଉକ୍ତ ରିପୋର୍ଟ ପଠାଇଛି । ଏହି ରିପୋର୍ଟ ଖୋଲିପାରେ ଗିରଫ ଅଭିଯୁକ୍ତମାନଙ୍କ ଅସଲ ଗୁମର । ଗିରଫ ଅଭିଯୁକ୍ତମାନେ କାହା ସହ କଥା ହୋଇଥିଲେ? କେତେବେଳେ କଥା ହୋଇଥିଲେ? କଥା ହୋଉଥିବା ବ୍ୟକ୍ତିମାନେ କେଉଁ ଦେଶର ନାଗରିକ? ସେଥିରେ ପାକିସ୍ତାନୀ ଏଜେଣ୍ଟ ରହିଛନ୍ତି କି ନାହିଁ? ଏସବୁ ରିପୋର୍ଟରେ ଉଲ୍ଲେଖ ରହିଛି । ଏସ୍‌ଟିଏଫ୍ ଅଧିକାରୀମାନେ ରିପୋର୍ଟର ତର୍ଜମା ଆରମ୍ଭ କରିଥିବା ଜଣାପଡ଼ିଛି । ରିପୋର୍ଟ ଆଧାରରେ ଆଗାମୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯିବ ।

ପଶ୍ଚିମବଙ୍ଗର ଗୁଡୁ କୁମାର ଓ ଓଡ଼ିଶାର ପଠାଣି ସାମନ୍ତ ତିଆରି କରିଥିବା ଗ୍ରୁପ୍‌ର ସଦସ୍ୟ ଭାବେ ଅନେକ ଶିକ୍ଷିତ ଯୁବକ ଯୋଗ ଦେଇଥିଲେ । ଆପ୍ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ ମହାରାଷ୍ଟ୍ର ପୁଣେର ଅଭିଜିତ ସଞ୍ଜୟ ଜାମ୍ବେୁର । ଏହି ଆପ୍ ଜରିଆରେ ଦେଶର ବହୁ ଗୁପ୍ତ ତଥ୍ୟ, ଫଟୋ ଓ ଭିଡିଓ ପାକିସ୍ତାନ ପଠାଉଥିବା କଥା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଦେଶଦ୍ରୋହ ଓ ଆତଙ୍କବାଦୀ ଲିଙ୍କ୍ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ମାମଲା କରିଛି । ଏନଆଇଏର ଏକ ସ୍ୱତନ୍ତ୍ର ଟିମ୍ ଭୁବେନଶ୍ୱର ଆସି ଅଭିଯୁକ୍ତଙ୍କୁ କିଛିଦିନ ତଳେ ଜେରା କରିଥିଲା । ଜେରା ବେଳେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବେୁର, ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ୱୀକାର କରିଥିଲେ । ତେବେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଲିଙ୍କ୍ ସମ୍ପର୍କରେ ସେ କିଛି କହି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking