28.1 C
Bhubaneswar
Friday, October 18, 2024
Homeଅପରାଧଶିଶୁ କନ୍ୟାକୁ ଗ୍ରୀଲରେ ବାନ୍ଧି ବାଡେଇବା ମାମଲା; ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଶିଶୁ କନ୍ୟାକୁ ଗ୍ରୀଲରେ ବାନ୍ଧି ବାଡେଇବା ମାମଲା; ଭିଡ଼ିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମାତ୍ର ଦେଢ଼ବର୍ଷର ଶିଶୁକନ୍ୟାକୁ ଏକ ହୋଟେଲର ଝରକା ଗ୍ରୀଲରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଉଥିବାର ଏକ ଭିଡ଼ିଓ ଗତ ଦୁଇଦିନ ତଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭାଇରାଲ ହେଉଥିବା ଭିଡ଼ିଓର ତନାଘନା ପରେ ଏହା ଖଣ୍ଡଗିରି ଥାନା ଅନ୍ତର୍ଗତ ଖୁସି ହୋଟେଲରେ ଏଭଳି ଅଘଟଣ ହୋଇଥିବା ଜଣାପଡ଼ିଥିଲା । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଖଣ୍ଡଗିର ଥାନାରେ ଘନଶ୍ୟାମ ଭୋଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ସୋମବାର ଶିଶୁ କନ୍ୟାକୁ ମାଡ଼ ମାରୁଥିବା ଦୁଇ ଅଭିଯୁକ୍ତ ଗଞ୍ଜାମ ଛତ୍ରପୁରର ପବିତ୍ର ଦାସ ଓରଫ ସାଗର (୨୨) ଏବଂ ଫୁଲବାଣୀ ଜିଲ୍ଲା ଖଜୁରୀପଡ଼ାର କାର୍ତ୍ତିକ ଦାସ ଓରଫ କାର୍ତ୍ତିକ ମଲ୍ଲିକ (୨୦)ଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ, ଅଭିଯୋଗକାରୀ ଭୁବନେଶ୍ୱର ଚାଇଲ୍ଡ ଲାଇନର ଏକ ଟିମ୍ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ଉକ୍ତ ଚାଇଲ୍ଡ ଲାଇନର ସଦସ୍ୟମାନେ ଏକ ଶିଶୁକୁ ସର୍ବସାଧାରଣରେ ବନ୍ଧା ଯାଇ କିଛି ବ୍ୟକ୍ତିଙ୍କ ଦ୍ୱାରା ଦୁର୍ବ୍ୟବହାର କରାଯାଉଥିବାର ସୋସିଆଲ ମିଡିଆରୁ ଭାଇରାଲ ଭିଡିଓ ପାଇଥିଲେ ।

୨୨ ତାରିଖ ଦିନ ଚାଇଲ୍ଡଲାଇନତରଫରୁ ଅନୁସନ୍ଧାନ କରାଯିବା ପରେ ଜାଣିବାକୁ ମିଳିଥିଲା କି, ଉକ୍ତ ଶିଶୁ କନ୍ୟାଟିର ବୟସ ୧ବର୍ଷ ୬ ମାସ ଏବଂ ଶିଶୁଟିର ପିତା ମାତା ଖଣ୍ଡଗିରି ଅଞ୍ଚଳରେ ଥିବା ଖୁସି ହୋଟେଲ ପଛପଟେ ରୁହନ୍ତି । ଶିଶୁଟିର ମାଙ୍କ ବିବୃତ୍ତି ଅନୁଯାୟୀ ଖୁସି ହୋଟେଲର ଅଭିଯୁକ୍ତମାନେ ତାଙ୍କର ଝିଅକୁ ଏକ ଲୁହ ଝରକାରେ ବାନ୍ଧି ଶାରୀରିକ ଓ ମାନସିକ ସ୍ତରରେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଶିଶୁଟି ଯନ୍ତ୍ରଣାରେ କନ୍ଧୁଥିଲେ ମଧ୍ୟ ଶିଶୁର ପିତାମାତା ଭୟରେ କୌଣସି ପଦକ୍ଷେପ ନେଇ ନଥିଲେ । ଅଭିଯୋଗକାରୀ ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ସୋମବାର ସକାଳ ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking