31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଜୁନାଗଡ ରାସ୍ତାରେ ବୁଲୁଛି ଜଙ୍ଗଲୀ ସିଂହ

ଜୁନାଗଡ ରାସ୍ତାରେ ବୁଲୁଛି ଜଙ୍ଗଲୀ ସିଂହ

ଜୁନାଗଡ: ଗୁଜରାଟର ଜୁନାଗଡ ସହରର ଏକ ରାସ୍ତାରେ ଜଙ୍ଗଲୀ ସିଂହ ବୁଲାବୁଲି କରୁଥିବା ଲକ୍ଷ୍ୟ କରାଯାଇଛି । ପୂର୍ବତନ କ୍ରିକେଟର ସମୟ ସବା କରିମ ସେହି ରାସ୍ତା ଦେଇ ଯାଉଥିବାବେଳେ ସିଂହର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଛନ୍ତି । ଜୁନାଗଡରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ସିଂହଟି ଏକ ଫ୍ଲାଏଓଭର ଉପରେ ଧିରେ ଧିରେ ଚାଲୁଥିବା ଭିଡିଓରୁ ଜଣାପଡିଛି । ସେହି ରାସ୍ତାରେ ଦୁଇ ଓ ଚାରିଚକିଆ ଯାନବାହନ ଚଳାଚଳ କରୁଥିବାବେଳେ ସିଂହଙ୍କୁ ଦେଖି ଆତଙ୍କିତ ହୋଇପଡିଥିଲେ । ଗୁଜରାଟରେ କିଛଇ ଦିନ ଧରି ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତି ଲାଗି ରହିଥିବାରୁ ସମ୍ଭବତଃ ସିଂହଟି ନିକଟସ୍ଥ ଅଭୟାରଣ୍ୟରୁ ପଥଭ୍ରଷ୍ଟ ହୋଇ ସହର ଆଡକୁ ମୁହାଁଇଥିବା ଅନୁମାନ କରାଯାଉଛି । ତେବେ ବନ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking