31.1 C
Bhubaneswar
Friday, October 18, 2024
Homeଅପରାଧୟୁପି: ପେଟ୍ରୋଲ ଢ଼ାଳି ସ୍ୱାମୀକୁ ପୋଡ଼ିଲା ସ୍ତ୍ରୀ

ୟୁପି: ପେଟ୍ରୋଲ ଢ଼ାଳି ସ୍ୱାମୀକୁ ପୋଡ଼ିଲା ସ୍ତ୍ରୀ

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରା ସହରରେ ପାରିବାରିକ କହଳକୁ କେନ୍ଦ୍ରକରି ଜଣେ ମହିଳା ସ୍ୱାମୀଙ୍କ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡିଦେଇଥିବା ଜଣାପଡିଛି । ସ୍ୱାମୀଙ୍କ ସହ ମନାନ୍ତର ହେବାପରେ ମହିଳା ଜଣକ କୌଣସି କାରଣରୁ ବାପଘରେ ରହୁଥିଲେ । ତେବେ ପତ୍ନୀଙ୍କୁ ଫେରାଇଆଣିବାକୁ ସ୍ୱାମୀ ଶ୍ୱଶୁର ଘରକୁ ଯାଇଥିବାବେଳେ ପତ୍ନୀ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଗୁରୁତର ଅବସ୍ଥାରେ ସ୍ୱାମୀକୁ ଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ହତ୍ୟାମାମଲା ରୁଜୁ କରିଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking