28.1 C
Bhubaneswar
Friday, October 18, 2024
Homeଓଡିଶାସାପ କାମୁଡ଼ାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ସାପ କାମୁଡ଼ାରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ଦେବଗଡ: ଦେବଗଡ଼ରେ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁ ମୃତ । ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪) ଓ ସୌଭାଗ୍ୟ ଦେହୁରୀ (୮) ବୋଲି ଜଣାପଡିଛି । ଅନ୍ୟ ଦିନ ଭଳି ଗତକାଲି ରାତି ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ବୟଙ୍କୁ କାମୁଡି ଥିଲା । ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବାବେଳେ ମୃତଦେହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ କିଛି ସମୟ ପରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking